କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆକ୍ଷେପର ଜବାବ ରଖିଲା ବିଜେଡି । ସସ୍ମିତ କହିଲେ, ଓଡ଼ିଶାର ଚାଷୀଙ୍କୁ ପ୍ରତାରଣା କରିଛି ବିଜେପି ।

99

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆକ୍ଷେପର ଜବାବ ରଖିଛି ବିଜେଡି । ସାଂସଦ ସସ୍ମିତ ପାତ୍ର ପ୍ରେସମିଟ କରିଛନ୍ତି ଓଡ଼ିଶାର ଚାଷୀଙ୍କୁ ପ୍ରତାରଣା କରିଛି ବିଜେପି । ୨୦୧୪ରେ ସରକାରକୁ ଆସିଲେ ଏମଏସପି ଦେଢଗୁଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା ବିଜେପି, ଚାଷୀଙ୍କ ଆୟାକୁ ଦୁଇଗୁଣିତ କରିବାକୁ ପ୍ରତିଶୃତି ଦେଇଥିଲା ବିଜେପି କିନ୍ତୁ ସେମିତି କିଛି ହେଲାନି ।
ତିନୋଟି କୃଷି ବିରୋଧୀ ଆଇନ ଆଣିଲେ ବିଜେପି ସରକାର, ୬୦୦ ଚାଷୀଙ୍କ ମୃତ୍ୟ ପରେ ଶେଷରେ ବାଧ୍ୟ ହେଲେ ଆଇନକୁ ପ୍ରତ୍ୟାହାର କରିଥିଲେ ।

ଓଡ଼ିଶାର ଚାଷୀଙ୍କ ସହ ମଧ୍ୟ ବିଜେପିର ପ୍ରତାରଣା କରିଛି। ବଳକା ଚାଉଳ ଲିଫଟିଙ୍ଗ କରିବା ଦାୟିତ୍ୱ କେନ୍ଦ୍ରର, କିନ୍ତୁ ହେଉନି । ମୁଖ୍ୟମନ୍ତ୍ରୀ ଇନପୁଟ ସବସିଡି ଘୋଷଣା କଲେ ହେଲେ ବିଜେପି ନିର୍ବାଚନ କମିଶନକୁ ଭେଟି ଆଚରଣ ଵିଧି ଉଲ୍ଲଘଂନ ହେଉଥୁବା କହି ଏହାକୁ ବନ୍ଦ କରିଦେଲେ । ହେଲେ ନିର୍ବାଚନ ଯେଉଁ ଦିନ ସରିବ ଆମେ ପ୍ରତିଶ୍ରୁତି ଦେଉଛୁ ଏହାର ପର ଦିନ ଇନପୁଟ ସବସିଡି ଚାଷୀଙ୍କୁ ମିଳିବ, ଏହା ବିଜେଡିର ପ୍ରତିଶ୍ରୁତି ।

ଆଜି ପର୍ୟ୍ୟନ୍ତ ଟଙ୍କାଟିଏ ପଦ୍ମପୁର ରେଳଲାଇନ ପାଇଁ ମିଳିଲା ନାହିଁ, ଏହା ହିଁ ପ୍ରତାରଣା । ଏପଟେ କେନ୍ଦୁପତ୍ର ତୋଳାଳୀଙ୍କ ଜୀବନଜୀବିକା ଅସ୍ତବ୍ୟସ୍ତ ହୋଇଗଲା । ମୁଖ୍ୟମନ୍ତ୍ରୀ ଚିଠି ଲେଖିଲେ କେନ୍ଦ୍ରକୁ ବାରମ୍ବାର ଜିଏସଟି ହ୍ରାସ ପାଇଁ, ହେଲେ କେନ୍ଦ୍ର ସରକାର ଶୁଣିଲେ ନାହିଁ । ଠିକ ସମୟରେ ସଠିକ ପରିମାଣର ସାରା ଯୋଗେଇବା କେନ୍ଦ୍ରର ଦାୟିତ୍ୱ, ହେଲେ ତାହା ବି ହେଉନି । ଏବେ ବିଜେପିର ମୁଖା ଖୋଲିଯାଇଛି । ପଦ୍ମପୁରବାସୀ ଭଲ ଭାବେ ବୁଝି ବସାରିଛନ୍ତି ବିଜେପି କିଭଳି ସେମାନଙ୍କ ସହ ପ୍ରତାରଣା କରିଛି ଏବଂ ଆଗାମୀ ଦିନରେ ତାହାର ଉତ୍ତର ଠିକ ଭାବେ ମିଳିବ ।