କନକ ବ୍ୟୁରୋ: ଭୁବନେଶ୍ୱର ସାଂସଦଙ୍କୁ ବିଜେଡିର ଜୋରଦାର ଟାର୍ଗେଟ । ରବିବାର ପ୍ରେସମିଟ୍ କରି ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ ପ୍ରଥମେ ବିଜେଡି ଉପରେ ବର୍ଷିବା ପରେ, ଏହାର ପ୍ରତି ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର ।
ସାଂସଦ ସସ୍ମିତ ପତ୍ର କହିଛନ୍ତି, ଚଳିତ ନିର୍ବାଚନରେ ଭୁବନେଶ୍ୱର ସାଂସଦ ହାରିବା ସୁନିଶ୍ଚିତ। ସେଥିପାଇଁ ହତୋତ୍ସାହିତ ହୋଇ କଥା କଥାରେ ସେ ରାଗିଯାଉଛନ୍ତି । ଏହି ରାଗରେ ମୁଖ୍ୟମନ୍ତ୍ରୀ ଏବଂ ଭି. କେ ପାଣ୍ଡିଆନଙ୍କ ବିଷୟରେ ସେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି ବୋଲି କହିଛନ୍ତି ସସ୍ମିତ ପାତ୍ର । ଏଥିସହ ଏଭଳି ମନ୍ତବ୍ୟକୁ ଓଡିଶାବାସୀ କେବେ ଗ୍ରହଣ କରିବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ବୟସ ଏବଂ ଅଭିଜ୍ଞତାକୁ ନେଇ ଏଭଳି ମନ୍ତବ୍ୟ ରଖିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।
ସେହିଭଳି ବିଜେଡିର ଷ୍ଟାର ପ୍ରଚାରକ ଭି. କେ ପାଣ୍ଡିଆନଙ୍କୁ ମଧ୍ୟ ଅପମାନ ଜନକ ମନ୍ତବ୍ୟ ଦେଇଛନ୍ତି ବିଜେପି ଭୁବନେଶ୍ୱର ସାଂସଦ। ଭୁବନେଶ୍ୱର ପାଇଁ ସାଂସଦଙ୍କର କଣ ଅବଦାନ ରହିଛି ବୋଲି ପ୍ରଶ୍ନ କରିବା କଣ ଭୁଲ କି? ଅପରାଜିତାଙ୍କ ଗୋଟିଏ କର୍ମରେ ବିଶ୍ୱାସ କରନ୍ତି - କାମ କରିବିନି କି କରେଇ ଦେବେ ନାହିଁ । ବିଜେପି ନେତା ଷଡଯନ୍ତ୍ର କରି ଓଡ଼ିଶାର ଉନ୍ନତିରେ ବାଧା ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି ସସ୍ମିତ ପାତ୍ର । ଏମିତିକି ମୌଳିକ ପ୍ରଶ୍ନ କଲେ ବିଜେପି ନେତା ରାଗୁଛନ୍ତି କିନ୍ତୁ ବିଜେଡି ପ୍ରଶ୍ନ କରିବା ବନ୍ଦ କରିବ ନାହିଁ। ମହାନଦୀ ପ୍ରସଙ୍ଗରେ ଛତିଶଗଡ଼କୁ ସାହାଯ୍ୟ କଲେ କେନ୍ଦ୍ରମନ୍ତ୍ରୀ। ତେଣୁ ଓଡିଶାବାସୀ ଜାଣିବାକୁ ଚାହୁଁଛନ୍ତି ଧର୍ମେନ୍ଦ୍ର କାହିଁକି ସାହାଯ୍ୟ କଲେ? ବିଜେପି ୧୦ ବର୍ଷ ଶାସନ ସମୟରେ ଏନଏଚ୍ ୫୫ ଜାତୀୟ ରାଜପଥ କାମ ସରିପାରିଲା ନାହିଁ। ବିଜୁ ବାବୁଙ୍କୁ କାହିଁକି ଭାରତ ରତ୍ନ ଦିଆଗଲାନାହିଁ? ଗରିବଙ୍କ ୧୪ ଲକ୍ଷ ପକା ଘରକୁ ହିତାଧିକାରୀ ପାଖରେ ପହଞ୍ଚିବାକୁ କିଏ ଅଟକାଇଥିଲା? ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ ପାତ୍ର ।
ସୂଚନାଯୋଗ୍ୟ ଯେ, ଅପରାଜିତା ବିଜେଡିକୁ ଟାର୍ଗେଟ କରି କହିଥିଲେ ଯେ, ତାଙ୍କ କାମକୁ ନେଇ ପ୍ରଶ୍ନ ହାସ୍ୟାସ୍ପଦ କଥା । ତାଙ୍କ କାମକୁ ନେଇ ପାଣ୍ଡିଆନ ବାବୁ ସନ୍ତୁଷ୍ଟ ନୁହନ୍ତି ବୋଲି ଯେଉଁ କହିଛନ୍ତି, ମୋର ରାଜନୈତିକ ଭବିଷ୍ୟତ ତାଙ୍କର ମତାମତ ଉପରେ ନିର୍ଭର କରୁନି । ସେ ପ୍ରତି ବର୍ଷ ତାଙ୍କର ରିପୋର୍ଟ୍ କାର୍ଡ ଦେଇଛନ୍ତି । ତାଙ୍କ ରିପୋର୍ଟ୍ କାର୍ଡ ପବ୍ଲିକ ଡୋମେନରେ ଉପଲବ୍ଧ ରହିଛି ବୋଲି ଅପରାଜିତା କହିଥିଲେ । ଏଥିସହ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ମଧ୍ୟ ସେ ପ୍ରଶ୍ନ କରି ଟାର୍ଗେଟ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/06/sasmit-patra.jpg)