‘କାଳିଆ’ ଟଙ୍କା ପାଇଁ ବିଜେପିକୁ ବିଜେଡିର ଟାର୍ଗେଟ । ବିଜେପି ଚାପରେ ବନ୍ଦ ହୋଇଛି କାଳିଆ ଟଙ୍କା, ୨୦ ଲକ୍ଷ ଚାଷୀଙ୍କ ହକ୍ ମାରିବାକୁ ହୋଇଛି ଷଡ଼ଯନ୍ତ୍ର ।

328

କନକ ବ୍ୟୁରୋ: ବିଜେପିକୁ ବିଜେଡିର ଟାର୍ଗେଟ । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ଚାଷୀ ଭାଇଙ୍କ ‘କାଳିଆ’ ଟଙ୍କା ବିଜେପି ଚାପରେ ବନ୍ଦ କରାଯାଇଛି । କାରଣ ଗତକାଲି ବିଜେପି ରାଜ୍ୟ ନେତୃବୃନ୍ଦଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଏହା ସ୍ପଷ୍ଟ ହୋଇଛି । ବିଜେପି ନେତାମାନେ ଯେଉଁଭଳି ଚିକ୍ରାର କରି ଖୋଲା କଣ୍ଠରେ କହିଛନ୍ତି ଯେ, ‘କାଳିଆ’ ଟଙ୍କାକୁ ବନ୍ଦ କରିବା ପାଇଁ ସେମାନେ ସିଇଓଙ୍କୁ ଭେଟି ଚାପ ପ୍ରୟୋଗ କଲାପରେ ଏହା ବନ୍ଦ କରାଯାଇଛି । ଏହା ସ୍ପଷ୍ଟ କରିଛି ଯେ, ବିଜେପି ଚାପରେ ଚାଷୀଙ୍କ ଖାତାକୁ ‘କାଳିଆ’ ଟଙ୍କା ପହଁଚିବାରେ ବାଧା ସୃଷ୍ଟି ହୋଇଛି ।

ଏପରିକି ବିଜେପିର ଯେଉଁ ଷଡ଼ଯନ୍ତ୍ର ଥିଲା ଲକ୍ଷ ଲକ୍ଷ ଚାଷୀଙ୍କ ଖାତାକୁ ‘କାଳିଆ’ ଟଙ୍କା ନପହଁଚିବା ପାଇଁ ତାହା ଏବେ ଧରାପଡ଼ିଛି । ରାଜ୍ୟ ସରକାର ତାଙ୍କ କାର୍ଯ୍ୟ କରୁଛନ୍ତି । କିନ୍ତୁ ଏବେ ୨୦ଲକ୍ଷ ‘କାଳିଆ’ ହିତାଧୀକାରୀ ଚାଷୀ ଭାଇମାନେ ବୁଝିପାରିବେ ଯେ କିଏ ତାଙ୍କ ହକ୍ ମାରିଛି । ବାରମ୍ବାର ବିଭିନ୍ନ ପ୍ରସଙ୍ଗରେ ରାଜ୍ୟକୁ ଅବହେଳା କରାଯାଉଥିଲା ଏବେ ଚାଷୀଙ୍କ ପେଟକୁ ମାରିବାକୁ ଷଡ଼ଯନ୍ତ୍ର ରାଜ୍ୟବାସୀ ବୁଝି ସାରିଲେଣି ଏହାର ଜବାବ ଭାରତୀୟ ଜନତା ପାର୍ଟି ଖୁବଶୀଘ୍ର ପାଇବେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।