କନକ ବ୍ୟୁରୋ : ସଂସଦରେ ଓଡ଼ିଶା ଆଦିବାସୀଙ୍କ ପାଇଁ ସ୍ୱର ଶାଣିତ କଲା ବିଜେଡି । ରାଜ୍ୟସଭାରେ ଆଦିବାସୀ ସମ୍ପ୍ରଦାୟର ୩ଟି ଦାବି ଉଠାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । କୁଇ ,ମୁଣ୍ଡାରି, ଭୂମିଜ, ହୋ, ସଉରା ଭାଷାକୁ ସମ୍ବିଧାନରେ ମାନ୍ୟତା ଦେବାକୁ ଦାବି କରିଛି ବିଜେଡି । ଏହି ଭାଷାକୁ ସମ୍ବିଧାନର ୮ମ ପରିଚ୍ଛେଦରେ ଅର୍ନ୍ତଭୁକ୍ତ କରିବାକୁ ଦାବି କରିନ୍ତି ସସ୍ମିତ । ଏଥିପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖିଥିବା ବେଳେ ଓଡିଶା ସରକାରଙ୍କ କ୍ୟାବିନେଟରେ ମଧ୍ୟ ଏହା ଅନୁମୋଦନ ପାଇଛି ।  ଏଥିସହ କେନ୍ଦୁପତ୍ର ଉପରେ ଲାଗିଥିବା ୧୮ ପ୍ରତିଶତ ଜିଏସଟି ହଟାଇବାକୁ ଦାବି କରିଛନ୍ତି ସସ୍ମିତ ପାତ୍ର । କାରଣ ଓଡ଼ିଶାର ଆଦିବାସୀ ଭାଇ-ଭଉଣୀ ମାନେ କେନ୍ଦୁପତ୍ର ତୋଳି ନିଜର ଜୀବନ ନିର୍ବାହ କରୁଛନ୍ତି । ତେଣୁ ୧୮% ଜିଏସଟି ଲାଗିବା ଦ୍ୱାରା ଆଦିବାସୀ ଭାଇଭଉଣୀଙ୍କ ଜୀବନଯାପନ ଦୁଃର୍ବିସହ ହୋଇ ପଡୁଛି ।  ଏହାବାଦ୍ ଏସଟି ତାଲିକାରେ ଓଡ଼ିଶାର ୧୬୯  ଆଦିବାସୀ ସମ୍ପ୍ରଦାୟକୁ ସାମିଲ କରିବାକୁ ଗୃହରେ ଦାବି କରିଛନ୍ତି ସସ୍ମିତ । ବାରମ୍ବାର ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବଗତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ ।

ଗୃହରେ ସସ୍ମିତ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀଙ୍କ ବିକାଶ ପାଇଁ ଅନେକ ପଦକ୍ଷେପ ହାତକୁ ନେଇଛନ୍ତି । ବିଜେଡି ଲଗାତାର ଆଦିବାସୀଙ୍କ ହକ୍ ପାଇଁ ଲଢେଇ କରୁଛି ।