ବିଜେପିକୁ ବିଜେଡିର ଟାର୍ଗେଟ ! ବିଭିନ୍ନ ପ୍ରସଙ୍ଗ ଉଠାଇ ପଚାରିଲା ୧୫ଟି ପ୍ରଶ୍ନ । 

ଆଜି ବିଜେପିର ଇସ୍ତାହାରକୁ ନେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ୧୫ଟି ପ୍ରଶ୍ନ କରିଛନ୍ତି ।

518
କନକ ବ୍ୟୁରୋ: ବିଜେପି ଇସ୍ତାହାରକୁ ନେଇ ପ୍ରଶ୍ନ ପଚାରିଲା ବିଜେଡି । ଆଜି ବିଜେପିର ଇସ୍ତାହାରକୁ ନେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ୧୫ଟି ପ୍ରଶ୍ନ କରିଛନ୍ତି । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା, ବ୍ରାହ୍ମଣୀ ସେତୁ, ରାଉରକେଲାରେ ହସ୍ପିଟାଲ ଭଳି ବିଭିନ୍ନ ପ୍ରସଙ୍କ ଉଠାଇ ବିଜେପିକୁ ପ୍ରଶ୍ନ କରିଛନ୍ତି ସସ୍ମିତ ପାତ୍ର ।
୧- ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେହି ପ୍ରତିଶ୍ରୁତି ଗଲା କୁଆଡେ ?
୨- ବ୍ରାହ୍ମଣୀ ସେତୁ ଏବଂ ରାଉରକେଲାରେ ହସ୍ପିଟାଲ ନିର୍ମାଣ ପାଇଁ ଭାରତୀୟ ଜନତା ପାର୍ଟି ଦେଇଥିବା ପ୍ରତିଶ୍ରୁତି ଗଲା କୁଆଡେ ?
୩- ମହାନଦୀ ଏବଂ ପୋଲାଭରମ ପ୍ରସଙ୍ଗ ଉପରେ ବିଜେପି ନିରବ ରହିଛି କାହିଁକି ?
୪- ନବରଙ୍ଗ ପୁର ଏବଂ ମାଲକାନଗିରିରେ ରେଳ ଯାତାୟତ ପ୍ରସଙ୍ଗରେ କାହିଁକି ଚୁପ ବସିଛି ବିଜେପି ?
୫- ଧାନର ଏମଏସପି ଦେଢ ଗୁଣା କରିବା ପାଇଁ ଚାଷୀଙ୍କୁ ଯେଉଁ ପ୍ରତିଶ୍ରୁତି ଦିଆ ଯାଇଥିଲା ତାହା ଏଯାଏଁ ହୋଇପାରିଲା ନାହିଁ କାହିଁକି ?
୬- ଚାଷୀଙ୍କ ପାଇଁ ଜଳ ସେଚନର ବ୍ୟବସ୍ଥା କରିବା ପାଇଁ କୁହାଯାଇଥିବା ବେଳେ ଏଯାଏ ପୁରଣ ହୋଇପାରିଲା ନାହିଁ କାହିଁକି ?
୭- ମୋବାଇଲ ଫୋନ, ଟେଲି କମୁନିକେଶନ, ବ୍ୟାଙ୍କିଙ୍ଗ ସୁବିଧା ଏବଂ ହାଇୱେ  ସୁବିଧା ଉପରେ ବିଜୁ ଜନତା ଦଳ ନିରବ କାହିଁକି ?
୮- କୋଇଲା ରୟଲ୍ଟି ଡିଭିଜନ ହୋଇନାହିଁ  ସେ ପ୍ରସଙ୍ଗରେ କାହିଁକି ମୁହଁ ଖୋଲୁନାହିଁ ବିଜେପି ?
୯- ୨୦୧୪ ଇସ୍ତାହାରରେ କୁହାଯାଇଥିଲା ସରକାରକୁ ଆସିଲେ ପ୍ରତ୍ୟେକ ଘରକୁ ନିଯୁକ୍ତି ଦିଆଯିବ । କୁଆଡେ ଗଲା ସେ ପ୍ରତିଶ୍ରୁତି ?
୧୦- ୨୦୧୫ରେ କୋଷ୍ଟାଲ ହାଇୱେ ଉପରେ ଅଗ୍ରାଧିକାର ଦିଆଯିବ ବୋଲି  ପ୍ରତିଶ୍ରୁତି ଦଆଯାଇଥିଲା । କିନ୍ତୁ ୪ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏଯାଏ କୌଣସ କାମ ହୋଇ ପାରିଲା ନାହିଁ ।
୧୧- ୩୩ଟି ଯୋଜନାରେ ଅର୍ଥ କାଟ କଲେ । କେବିକେ ଯୋଜନାକୁ ବନ୍ଦ କରିଦେଲେ କାହିଁକି ?
୧୨- ଚାଷୀମାନଙ୍କ ଆୟ ଦୁଇ ଗୁଣିତ ନେଇ ସ୍ପଷ୍ଟ ଆଭିମୁଖ୍ୟ ରଖୁ ବିଜେପି ।
୧୩- ୫ବର୍ଷ ଶାସନ କାଳ ମଧ୍ୟରେ ଦେଶରେ ୫ଟି ବନ୍ଦର ନିର୍ମାଣ କରିପାରିନଥିବା ବେଳେ  ଓଡିଶାରେ  ୧୫ଟି ବନ୍ଦର ନିର୍ମାଣ କଥା କହି ଲୋକଙ୍କୁ କାହିଁକି ବୋକା ବନାଉଛି ବିଜେପି ?
୧୪- ଆୟୁଷମାନ ଯୋଜନା ଆଣି ଲକ୍ଷ ଲକ୍ଷ ଲୋକଙ୍କୁ କାହିଁକି କୁଠାରାଘାତ କରିବାକୁ ଚାହୁଁଛନ୍ତି ?
୧୫- ଓଡିଶାର ବଜେଟ ଜେତିକି ନିର୍ବାଚନୀ ଇସ୍ତାହାରରେ ତାଠାରୁ ଅଧିକ ବଜେଟ୍ ଘୋଷଣା କରି ଲୋକଙ୍କୁ ଭୁଆଁ ବୁଲାଉଛି ବିଜେପି କାହିଁକି ?
କିଛି ଏଭଳି ଭାବେ ବିଜେପିକୁ ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ତେବେ ଆସନ୍ତା ନିର୍ବାଚନରେ ବିଜୟ ହାସଲ କରିବା ପରେ କିଏ ଜନସାଧାରଣଙ୍କ ପାଇଁ କେତେ ଉନ୍ନତିମୂଳକ କାର୍ଯ୍ୟ କରିବ ତାହା ଦେଖିବା ବାକି ରହିଲା ।