କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି । ଆଉ ଏସବୁ ଭିତରେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଓ ରାଜ୍ୟସଭା ସାଂସଦ ଡଃ ସସ୍ମିତ ପାତ୍ର କୋଭିଡ଼ ପଜିଟିଭ ଚିହ୍ନଟ ହୋଇଛନ୍ତି। ବିଜେଡିର ଏହି ଦୁଇ ନେତା ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।

Kanak News is now on WhatsApp
Join and get latest news updates delivered to you via WhatsApp
I have tested positive for COVID-19. Requesting all who came in physical contact with me in the last few days to undergo testing please. #COVID19India
— SANJIB MALLICK (@Sanjibkumallick) January 7, 2022
ବିଧାୟକ ସଂଜୀବ ମଲ୍ଲିକଙ୍କୁ ଗୁରୁବାର ସାମାନ୍ୟ ଜ୍ୱର ହୋଇଥିଲା। ସନ୍ଧ୍ୟା ବେଳକୁ ଜ୍ୱରର ପ୍ରକୋପ ଅଧିକ ରହିଥିଲା। ତେଣୁ ସଂଜୀବ କୋଭିଡ ପରୀକ୍ଷା କରାଇଥିଲେ। ଆଜି ଅପରାହ୍ନରେ ତାଙ୍କର ନମୁନା ରିପୋର୍ଟ ପଜିଟିଭ ଥିବା ଜଣାପଡ଼ିଥିଲା। ସଂଜୀବ ଏବେ ଗୃହ ସଂଗରୋଧରେ ଅଛନ୍ତି। କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂଜୀବ କହିଛନ୍ତି, ବିଗତ କିଛି ଦିନ ମଧ୍ୟରେ ତାଙ୍କର ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, କୋଭିଡ ପରୀକ୍ଷା କରିନିଅନ୍ତୁ।
I have tested positive for COVID-19. Requesting all who came in physical contact with me in the last few days to undergo testing please. Despite being fully vaccinated, I got it now and had it once in 2020. This shows we must keep our guard up. Stay safe, mask up, stay alert!
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) January 7, 2022
ସେହିଭଳି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଧ୍ୟ କରୋନା ପଜଟିଭ ଚିହ୍ନଟ ହେବା ପରେ କହିଛନ୍ତି, ବିଗତ ଦିନରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, କରୋନା ପରୀକ୍ଷା କରାନ୍ତୁ। ସସ୍ମିତ କହିଛନ୍ତି, ସେ କରୋନା ଟିକାର ଉଭୟ ଡୋଜ୍ ନେଇଥିଲେ। ସେ ୨୦୨୦ ମସିହାରେ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସୁରକ୍ଷିତ ରହିବା ପାଇଁ ମାସ୍କ ପିନ୍ଧନ୍ତୁ ଓ ସତର୍କ ରୁହନ୍ତୁ ବୋଲି ସସ୍ମିତ କହିଛନ୍ତି।