ହରଡଘଣାରେ ଜୟଲଳିତାଙ୍କ ବାନ୍ଧବୀ ଶଶିକଳା । ୨୦୦୦ କୋଟି ସମ୍ପତ୍ତି ଜବତ କଲା ଆୟକର ବିଭାଗ : ଜେଲରୁ ମୁକୁଳିବା ପୂର୍ବରୁ ବଡ କାର୍ଯ୍ୟାନୁଷ୍ଠାନ

Advertisment
ହରଡଘଣାରେ ଜୟଲଳିତାଙ୍କ ବାନ୍ଧବୀ ଶଶିକଳା । ୨୦୦୦ କୋଟି ସମ୍ପତ୍ତି ଜବତ କଲା ଆୟକର ବିଭାଗ : ଜେଲରୁ ମୁକୁଳିବା ପୂର୍ବରୁ ବଡ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାନ୍ଧବୀ ଶଶିକଳା ନଟରାଜନଙ୍କ ମୁସ୍କିଲ ବଢିବାରେ ଲାଗିଛି । ଶଶିକଳାଙ୍କ ୨ ହଜାର କୋଟି ଟଙ୍କାର ସଂପତି ଆୟକର ବିଭାଗ ଜବତ କରିଛି । ଏହି ସମ୍ପତି ତାମିଲନାଡୁର ବିଭିନ୍ନ ସ୍ଥାନରେ ରହିଛି । ବେଆଇନ ସମ୍ପତି ଠୁଳ ମାମଲାରେ ଶଶିକଳା ୨୦୧୭ ମସିହାରୁ ଜେଲରେ ଅଛନ୍ତି ।

ଆସନ୍ତାବର୍ଷ ଜାନୁଆରୀରେ ସେ ୧୦ କୋଟି ୧୦ ଲକ୍ଷ ଟଙ୍କା ଜୋରିମାନା ଦେଇ ଜେଲରୁ ମୁକ୍ତ ହେବେ । ୨୦୨୧ ମେ ମାସରେ ତାମିଲନାଡୁ ବିଧାନସଭାର ନିର୍ବାଚନ ହେବ । ଏହାପୂର୍ବରୁ ଏହି ପ୍ରସଙ୍ଗକୁ ନେଇ ତାମିଲନାଡୁ ରାଜନୀତି ସରଗରମ ହେବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe