କନକ ବ୍ୟୁରୋ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାନ୍ଧବୀ ଶଶିକଳା ନଟରାଜନଙ୍କ ମୁସ୍କିଲ ବଢିବାରେ ଲାଗିଛି । ଶଶିକଳାଙ୍କ ୨ ହଜାର କୋଟି ଟଙ୍କାର ସଂପତି ଆୟକର ବିଭାଗ ଜବତ କରିଛି । ଏହି ସମ୍ପତି ତାମିଲନାଡୁର ବିଭିନ୍ନ ସ୍ଥାନରେ ରହିଛି । ବେଆଇନ ସମ୍ପତି ଠୁଳ ମାମଲାରେ ଶଶିକଳା ୨୦୧୭ ମସିହାରୁ ଜେଲରେ ଅଛନ୍ତି ।
ଆସନ୍ତାବର୍ଷ ଜାନୁଆରୀରେ ସେ ୧୦ କୋଟି ୧୦ ଲକ୍ଷ ଟଙ୍କା ଜୋରିମାନା ଦେଇ ଜେଲରୁ ମୁକ୍ତ ହେବେ । ୨୦୨୧ ମେ ମାସରେ ତାମିଲନାଡୁ ବିଧାନସଭାର ନିର୍ବାଚନ ହେବ । ଏହାପୂର୍ବରୁ ଏହି ପ୍ରସଙ୍ଗକୁ ନେଇ ତାମିଲନାଡୁ ରାଜନୀତି ସରଗରମ ହେବାରେ ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/22-5.jpg)