କନକ ବ୍ୟୁରୋ : ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାରକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଲା ବିଜେଡି । ପୂର୍ବତନ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି, କେନ୍ଦ୍ର ସରକାର ଭାରତରେ କାହିଁକି ଅର୍ଥନୈତିକ ଅସ୍ଥିରତା ସୃଷ୍ଟି କରୁଛନ୍ତି । ଯେତେବେଳେ ବିମୁଦ୍ରୀକରଣ ହୁଏ ବଡ ନୋଟକୁ ବନ୍ଦ କରି ଛୋଟ ନୋଟ ପ୍ରଚଳନ ହୁଏ । କିନ୍ତୁ ବିମୁଦ୍ରୀକରଣ ବେଳେ ୨୦୦୦ ଟଙ୍କିଆ ବଡ ନୋଟକୁ ପ୍ରଚଳନ କରାଗଲା । କଳାଟଙ୍କାକୁ ରୋକିବାକୁ ସବୁବେଳେ ବଡ ନୋଟକୁ ବନ୍ଦ କରାଯାଏ । କିନ୍ତୁ ୨୦୧୬ରେ ହୋଇଥିବା ବିମୁଦ୍ରୀକରଣରେ ଏହାର ଓଲଟା ଦେଖିବାକୁ ମିଳିଥିଲା । କିନ୍ତୁ ଏହାର ବର୍ଷ କେଇଟା ପୂରିନି ପୁଣିଥରେ ୨୦୦୦ ଟଙ୍କିଆ ନୋଟ ବନ୍ଦ କରିବାକୁ ଘୋଷଣା କରି କେନ୍ଦ୍ର ଆର୍ଥିକ ଅସ୍ଥିରତା ସୃଷ୍ଟି କରୁଥିବା କହିଛନ୍ତି ଶଶୀଭୂଷଣ ।
ବିଶେଷ କରି ମଧ୍ୟବିତ୍ତ ଓ ମହିଳା ମାନେ ଯେଉଁମାନେ କିଛି ସଞ୍ଚୟ କରିଥିଲେ ସେମାନେ ଅଧିକ ପ୍ରଭାବିତ ହେବେ । ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ବେଳେ ଏ ବାବଦରେ ଚିନ୍ତା କରିବାର ଥିଲା । ବିମୁଦ୍ରୀକରଣ ସମୟରେ କେତେ ୫୦୦ ଓ ୧୦୦୦ ଟଙ୍କାର ନୋଟ ଫେରିଥିଲା ତାହା କେନ୍ଦ୍ର ସରକାର କହିବା ଦରକାର । ୨୦୦୦ ଟଙ୍କାକୁ ବନ୍ଦ କରି କଳା ଟଙ୍କାକୁ ରୂପାନ୍ତରିକରଣ କରିବାର ବ୍ୟବସ୍ଥା ହେଉଛି ବୋଲି ଆଶଙ୍କା ହେଉଛି । ପୂର୍ବ ସୂଚନାରେ କେହି ଜମି କିଣି ଦେଉଛନ୍ତି ଓ ସୁନା କିଣି ଦେବା ଭଳି ଘଟଣା ବି ଘଟୁଛି । ତେଣୁ ଏ ଦିଗରେ କେନ୍ଦ୍ର ସରକାରଙ୍କ ସ୍ପଷ୍ଟ ନୀତି ରହିବା ଦରକାର । ମୁଁ ମୋ ଦରମାରେ ଚଳେ ଭଡା ଘରେ ଚଳେ । ମୋ ପାଖରେ ୨୦୦୦ ଟଙ୍କିଆ ନୋଟ ନାହିଁ ବୋଲି କହିଛନ୍ତି ଶଶୀଭୂଷଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/27-15.jpg)