ବଡ ଘରର ବଡ଼ ଗୁମର କଥା । କୋର୍ଟରେ ହାଜର ହେଲେନି ଶଶି ବେହେରା

925

କନକ ବ୍ୟୁରୋ : ବଡ ଘରର ବଡ ଗୁମର । ବଧୂ ନିର୍ଯାତନା ମାମଲାରେ ଛନ୍ଦି ହୋଇଛନ୍ତି ବିଜେଡିର ହେଭିୱେଟ ନେତା ଶଶିଭୂଷଣ ବେହେରା । ଆଜି କୋର୍ଟରେ ହାଜର ହେବାକୁ ଥିବା ବେଳେ ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇ ଶଶି ବେହେରା ହାଜର ହୋଇନାହାନ୍ତି । ଓକିଲଙ୍କ ଜରିଆରେ କୋର୍ଟର୍ଙ୍କୁ ସମୟ ମାଗିଛନ୍ତି । ଅନ୍ୟପଟେ କୋର୍ଟ ଜୁଲାଇ ୫ରେ ମାମଲାର ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି । ବଡ ଘରର ବିବାଦ ଏବେ କୋର୍ଟରେ ପହଂଚିଥିବାରୁ ସେଥିରୁ କଣ ରାୟ ଆସୁଛି, ତା ଉପରେ୍ ସମସ୍ତଙ୍କ ନଜର ରହିଛି ।

ବାଙ୍କୀ ଏସଡିଜେଏମ କୋର୍ଟରେ ହାଜର ହେଉଛନ୍ତି, ବିଜେଡିର ହେଭିୱ୍ଟେ୍ ନେତା ଶଶି ଭୂଷଣ ବେହେରାଙ୍କ ବୋହୁ ରୋନାଲି ବେହେରା । ମାନ୍ୟବର ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଉଭୟ ପରିବାରର ପକ୍ଷଭୁକ୍ତ ସଦସ୍ୟ ହାଜର ହେବାର ଥିଲା । ରୋନାଲି ତାଙ୍କ ବାପା ଏବଂ ଓକିଲଙ୍କ ସହ କୋର୍ଟରେ ହାଜର ହୋଇଛନ୍ତି । କିନ୍ତୁ ଶଶି ବେହେରାଙ୍କୁ ଡକାଯାଇଥିଲେ ମଧ୍ୟ ହାଜର ହୋଇନାହାନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ କୋର୍ଟଙ୍କ ଠାରୁ ଓକିଲଙ୍କ ଜରିଆରେ ସମୟ ମାଗିଛନ୍ତି । ଅନ୍ୟପଟେ ତାଙ୍କ ପୁଅ ତଥା ରୋନାଲିଙ୍କ ସ୍ୱାମୀ ସତ୍ୟ ବେହେରା କୋର୍ଟରେ ଓକିଲଙ୍କ ସହ ହାଜର ହୋଇଛନ୍ତିି । କୋର୍ଟ ରୁମରେ ସ୍ୱାମୀ ସ୍ତ୍ରୀ ପରସ୍ପରକୁ ଚାହିଁନଥିବା କହିଛନ୍ତି ରୋନାଲି । ଯୌତୁକ ନିର୍ଯାତନା, ଘରୋଇ ହିଂସା, ମାନସିକ ଓ ଶାରିରୀର ନିର୍ଯାତନା ଭଳି ସଙ୍ଗୀନ ଓ ସାଂଘାତିକ ଅଭିଯୋଗ ସ୍ୱାମୀ, ଶ୍ୱଶୂର ଓ ଶ୍ୱଶୂର ଘର ଲୋକଙ୍କ ନାଁରେ ଆଣିଛନ୍ତି ରୋନାଲି ।

ଅନ୍ୟପଟେ ଶନିବାର ଶଶି ବେହେରା ହାଜର ନହେବାରୁ ଶୁଣାଣି ତାରିଖ ଘୁଂଚାଇଛନ୍ତି ମାନ୍ୟବର କୋର୍ଟ । ଆସନ୍ତା ୫ ତାରିଖରେ ପରିବାର ସହିତ ଉଭୟ ପକ୍ଷ ପୁଣି କୋର୍ଟରେ ହାଜର ହେବେ ବୋଲି ରୋନାଲିଙ୍କ ଓକିଲ କହିଛନ୍ତି । ଏହାରି ଭିତର୍୍େ ସତ୍ୟ ବେହେରାଙ୍କର ପ୍ରତିକ୍ରିୟା ପାଇଁ ଆମେ ଚେଷ୍ଟା କରିଥିଲେ ମଧ୍ୟ କ୍ୟାମେରା ଆଗରେ ସେ କିଛି କହିବାକୁ ମନା କରିଦେଇଥିଲେ ।

୨୦୨୩ ଗତ ମେ ୧୬ ତାରିଖରେ ରୋନାଲି ଗଣମାଧ୍ୟମ ସାମ୍ନାକୁ ଆସିଥିଲେ । ନିଜ ସ୍ୱାମୀ ଓ ଶ୍ୱଶୂର ଘର ନାଁରେ ଅଭିଯୋଗ କରିଥିଲେ ବି କେହି ଶୁଣିନଥିବା ଅଭିଯୋଗ କରିଥିଲେ । ଆଗକୁ ଏହି ଘଟଣାର କୋର୍ଟ କଣ ନିସ୍କର୍ଷ ଦେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।