ସାରୁଅ ଜମି କେଳେଙ୍କାରୀ ଘଟଣା : ଇଓଡବ୍ଲୁରେ ହାଜର ହେଲେ ଓଡିଶା ଇନଫ୍ରାଟେକ ନିର୍ଦ୍ଦେଶକ ନିହାର ଭୂୟାଁ; ୧୬ରେ ହୋଇଥିଲା ନୋଟିସ

151

କନକ ବ୍ୟୁରୋ : ସାରୁଅ ଜମି କେଳେଙ୍କାରୀ ମାମଲାରେ କ୍ରାଇମବ୍ରାଂଚର ଇଓଡବ୍ଲୁରେ ହାଜର ହୋଇଛନ୍ତି ଓଡିଶା ଇନଫ୍ରାଟ୍ରେକର ନିର୍ଦ୍ଦେଶକ ନିହାର ଭୂୟାଁ । ଏ ନେଇ ତାଙ୍କୁ ନୋଟିସ ଜାରି କରାଯାଇଥିଲା । ପୂର୍ବରୁ ଏହି ମାମଲାରେ ପୂର୍ବତନ ନିର୍ଦ୍ଦେଶକ ମନୋରଞ୍ଜନ ଷଡଙ୍ଗୀ ଗିରଫ ହୋଇସାରି ଜାମିନରେ ଥିବାବେଳେ ଅନ୍ୟତମ ନିର୍ଦ୍ଦେଶକ ବିଭୁ ରଥ ବି ହାଜର ହୋଇସାରିଛନ୍ତି । ସାରୁଅରେ ଓଡିଶା ଇନଫ୍ରାଟ୍ରେକ ଅନୁସୁଚିତ ଜାତିଙ୍କ ଜମି ହଡପ କରଥିବା ଅଭିଯୋଗ ହୋଇଛି । ଏହାର ତଦନ୍ତ ଭାର କ୍ରାଇମବ୍ରାଂଚ ନେଇଛି ।