କନକ ବ୍ୟୁରୋ : ଓଟିଭିର ସାରୁଆ ଜମି ଦୁର୍ନୀତି ମାମଲାରେ କ୍ରାଇମବ୍ରାଂଚର ତନାଘନା । ଆଜି ତଦନ୍ତକାରୀ ଏଜେନ୍ସିର ୩ ଜଣିଆ ଟିମ୍ ସାରୁଅରେ ପଂହଚି ତଦନ୍ତ କରିଛି । ଏହି କେଳେଙ୍କାରୀ ନେଇ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛନ୍ତି କ୍ରାଇଂବ୍ରାଂଚ । ଏହାଛାଡ ଭଙ୍ଗାଯାଇଥିବା ପାଚେରୀ ବି ବୁଲି ଦେଖିଛନ୍ତି । ସାରୁଆରେ ଓଟଭି କର୍ତୃପକ୍ଷଙ୍କ ଜମି ହଡପ କରିଥିବା ଅଭିଯୋଗ ହୋଇଥିଲା ।
ଫଳରେ ସ୍ଥାନୀୟ ଲୋକେ ନିଜ ଚାଷଜମି ଓ ପୋଖରୀକୁ ଯିବା ଆସିବାରେ ସମସ୍ୟା ସୃଷ୍ଟି ହେଉଥିବା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ପ୍ରଶାସନ ମାପଚୁପ କରି ବିବାଦୀୟ ପାଚେରୀକୁ ଭାଙ୍ଗିଥିଲା ।