ସାରୁଅ ଜମି ଦୁର୍ନୀତି ଅଭିଯୋଗ ମାମଲା : ଦୋଷ ଛଡାଇଲେ ବୈଜୟନ୍ତ-ଜାଗୀ-ମଙ୍ଗତ ପଣ୍ଡା

କହିଲେ, ତତାକାଳୀନ ନିର୍ଦ୍ଦେଶକ ବିଭୂ ରଥ- ମନୋରଞ୍ଜନ ଷଡଙ୍ଗୀ ଦାୟୀ, ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରି ପିଟିସନ ଦାଖଲ

354

କନକ ବ୍ୟୁରୋ : ସାରୁଅ ଜମି ଦୁର୍ନୀତି ଅଭିଯୋଗ ମାମଲାରେ ନିଜ ଉପରୁ ଦୋଷ ଛଡାଇଲେ ଓଟିଭି ଏମଡି ଜାଗୀ ମଙ୍ଗତ ପଣ୍ଡା ଓ ତାଙ୍କ ପତି ବୈଜୟନ୍ତ ପଣ୍ଡା । ଏ ନେଇ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରି ଉଭୟ ପିଟିସନ ଦାଖଲ କରିଛନ୍ତି । ଏଥିରେ ସେମାନେ ଓଡିଶା ଇନଫ୍ରାଟେକର ତତକାଳୀନ ନିର୍ଦ୍ଦେଶକ ବିଭୁ ରଥ ଓ ମନରୋଞ୍ଜନ ଷଡଙ୍ଗୀଙ୍କ ଉପରେ ଦୋଷ ଲଦିଛନ୍ତି ।

ପିଟିସନରେ କୁହାଯାଇଛି କହିଛନ୍ତି, ଏମାନେ ଓଡିଶା ଇନଫ୍ରାଟେକର ଦୈନିନ୍ଦିକ କାମ ବୁଝୁଥିଲେ । ରବୀନ୍ଦ୍ର ସେଠୀ ବିଭୁ ରଥଙ୍କ ଡ୍ରାଇଭର ହିସାବରେ କାମ କରୁଥିଲେ । ପୂର୍ବରୁ ଉଭୟଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିସାରିଛନ୍ତି ।