କନକ ବ୍ୟୁରୋ : ସାରୁଅ ଜମି ଦୁର୍ନୀତି ଅଭିଯୋଗ ମାମଲାରେ ନିଜ ଉପରୁ ଦୋଷ ଛଡାଇଲେ ଓଟିଭି ଏମଡି ଜାଗୀ ମଙ୍ଗତ ପଣ୍ଡା ଓ ତାଙ୍କ ପତି ବୈଜୟନ୍ତ ପଣ୍ଡା । ଏ ନେଇ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରି ଉଭୟ ପିଟିସନ ଦାଖଲ କରିଛନ୍ତି । ଏଥିରେ ସେମାନେ ଓଡିଶା ଇନଫ୍ରାଟେକର ତତକାଳୀନ ନିର୍ଦ୍ଦେଶକ ବିଭୁ ରଥ ଓ ମନରୋଞ୍ଜନ ଷଡଙ୍ଗୀଙ୍କ ଉପରେ ଦୋଷ ଲଦିଛନ୍ତି ।
ପିଟିସନରେ କୁହାଯାଇଛି କହିଛନ୍ତି, ଏମାନେ ଓଡିଶା ଇନଫ୍ରାଟେକର ଦୈନିନ୍ଦିକ କାମ ବୁଝୁଥିଲେ । ରବୀନ୍ଦ୍ର ସେଠୀ ବିଭୁ ରଥଙ୍କ ଡ୍ରାଇଭର ହିସାବରେ କାମ କରୁଥିଲେ । ପୂର୍ବରୁ ଉଭୟଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିସାରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/41.jpg)