କନକ ବ୍ୟୁରୋ :

ପଞ୍ଚାୟତ ସମିତି ସଭାରେ ଛତୁଆ ମୁଢ଼ି କାହାଣୀ
ସାଂସଦଙ୍କ ଟେବୁଲରେ ଛତୁଆ-ମୁଢ଼ି ପ୍ୟାକେଟ ରଖିଲେ ସରପଞ୍ଚ

Advertisment

ବାଲେଶ୍ୱର ଭୋଗରାଇ ପଞ୍ଚାୟତ ସମିତି ବୈଠକ ଚାଲିଥିଲା । ଉପସ୍ଥିତ ଥିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ, ଭୋଗରାଇ ବିଧାୟକ ଗୌତମ ବୁଦ୍ଧଦାସ, ଭୋଗରାଇ ବିଡିଓ ପ୍ରମୁଖ । ଯେତେବେଳେ ମହିଳା ଶିଶୁ ବିକାଶ ସଂପର୍କିତ ଆଲୋଚନା ଆରମ୍ଭ ହେଲା ସେତେବେଳେ ସ୍ଥିତି ବଦଳିଗଲା। ପସରବିନ୍ଧା ସରପଞ୍ଚ ହାତରେ ମୁଢ଼ି ପ୍ୟାକେଟ ଓ ମନ୍ଦାରସାହି ସରପଞ୍ଚ ଛତୁଆ ପ୍ୟାକେଟ ଧରି ସିଧାସଳଖ ସାଂସଦଙ୍କ ଟେବୁଲ ପାଖରେ ପହଂଚିଥିଲେ। ଟେବୁଲ ଉପରେ ପ୍ୟାକେଟ୍ ଦୁଇଟି ଥୋଇ, ଏହା ସଂପୂର୍ଣ୍ଣ ନିମ୍ନମାନର। ଏହା ବିତରଣ କରାଯାଉଛି ବୋଲି ଅଭିଯୋଗ କରିଥିଲେ ଦୁଇ ଜନପ୍ରତିନିଧି।

ଶୁକ୍ରବାର ବସିଥିବା ବୈଠକରେ ମହିଳା ଓ ଶିଶୁ ବିକାଶ ବିଷୟରେ ଆଲୋଚନା ବେଳେ ହୋହଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଙ୍ଗନୱାଡ଼ି ଜରିଆରେ କୁନିକୁନି ପିଲା ଓ ମହିଳାଙ୍କୁ ଦିଆଯାଉଥିବା ଖାଦ୍ୟ ଅତ୍ୟନ୍ତ ନିମ୍ନମାନର। ଏଭଳି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ଅଙ୍ଗନୱାଡି ଜରିଆରେ ଗର୍ଭବତୀ ଓ ପ୍ରସୂତି ମହିଳା ଏବଂ ଛୋଟଛୋଟ ପିଲାଙ୍କୁ ମୁଢି, ଛତୁଆ ଓ ଅଣ୍ଡା ଆଦି ବିତରଣ କରାଯାଇଥାଏ। ବାଲେଶ୍ୱରର ବିଭିନ୍ନ ପଂଚାୟତରେ ବଂଟନ କରାଯାଉଥିବା ମୁଢି ଓ ଛତୁଆ ଅତି ନିମ୍ନମାନର ବୋଲି ଅଭିଯୋଗ କରିଛନ୍ତି ଦୁଇ ଜନପ୍ରତିନିଧି ।