କନକ ବ୍ୟୁରୋ: ପଞ୍ଚାୟତ ସମିତି ସଭା ଗୃହ ଚାଲିଥିବା ବେଳେ ସାଂସଦଙ୍କ ଟେବୁଲରେ ଛତୁଆ ଓ ମୁଡି ପ୍ୟାକେଟ ନେଇ ଥୋଇଲେ ସରପଞ୍ଚ । ମୁଢି ଓ ଛତୁଆ ଅତି ନିମ୍ନ ମାନର ଭାବେ ପ୍ରସ୍ତୁତ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଦୁଇ ଲୋକ ପ୍ରତିନିଧି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ପଞ୍ଚାୟତ ସମିତି ସଭାଗୃହ ଚାଲିଥିଲା । ଯେଉଁଥିରେ ବାଲେଶ୍ୱର ସାଂସଦ, ଭୋଗରାଇ ବିଧାୟକ, ଭୋଗରାଇ BDO ଉପସ୍ଥିତ ରହିଥିଲେ । ମହିଳା ଶିଶୁ ବିକାଶ ସମ୍ମାନ ବିଷୟରେ ଆଲୋଚନା ବେଳେ ପସରବିନ୍ଧା ସରପଞ୍ଚ ମୁଡି ପ୍ୟାକେଟ ଓ ମନ୍ଦାରସାହି ସରପଞ୍ଚ ଛତୁଆ ପ୍ୟାକେଟ ନେଇ ସିଧା ସଳଖ ସାଂସଦଙ୍କ ଟେବୁଲରେ ରଖିଥିଲେ । ତାହା ସମ୍ପୂର୍ଣ୍ଣ ନିମ୍ନ ମାନର ପ୍ରସ୍ତୁତ କରାଯାଇ ବିତରଣ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଦୁଇ ଜନପ୍ରତିନିଧି । ଆଉ ଏଥିପାଇଁ ପାଇଁ ସଭାଗୃହରେ ହୋ ହୋଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଏହି ସବୁ ସାମଗ୍ରୀ ତିଆରି କରୁଥିବା SHG ଗୋଷ୍ଠୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି ।