ଦଳିତ ପରିବାରକୁ ସରପଂଚ ପୁଅଙ୍କ ଆକ୍ରମଣ ଅଭିଯୋଗ : ଭୟରେ ଗାଁ ଛାଡ଼ିଲେ ଦଳିତ ପରିବାର; ସେପଟେ ସରପଂଚ କହିଲେ ତାଙ୍କୁ ବଦନାମ କରିବାକୁ କରାଯାଉଛି ଷଡଯନ୍ତ୍ର

165

କନକ ବ୍ୟୁରୋ : ଦଳିତ ପରିବାରକୁ ସରପଂଚଙ୍କ ପୁଅର ଧମକ । ଜୀବନ ବଂଚାଇବାକୁ ଗାଁ ଛାଡ଼ିଲେ ଦଳିତ ପରିବାର । କେନ୍ଦ୍ରାପଡା ଆଳି ଥାନା ବାଳକାଟି ଗାଁରେ ଦେଖିବାକୁ ମିଳିଛି ଏପରି ଘଟଣା । ସେହି ଗାଁର ନବ ମଲ୍ଲିକଙ୍କ ପୁଅ ପଂଚାୟତରେ ହେଉଥିବା ଦୁର୍ନୀତି ବିରୋଧରେ ସୋସିଆଲ ମିଡ଼ିଆରେ ଲେଖିଥିଲେ । ଯାହା ପାଇଁ ସରପଂଚଙ୍କ ପୁଅ ଓ ତାର ସମର୍ଥକମାନେ ନବ ମଲ୍ଲିକ ଏବଂ ତାଙ୍କ ପରିବାରକୁ ସଂଘବଧ ଭାବେ ଆକ୍ରମଣ କରିବା ସହ ଧମକ ମଧ୍ୟ ଦେଇଥିଲେ । ଭୟରେ ନବ ମଲ୍ଲିକଙ୍କ ପରିବାର ଗାଁ ଛାଡ଼ିଥିଲେ ।

ଗାଁକୁ ଫେରିଲେ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି ସରପଂଚ ଦିବାକର ପ୍ରଧାନ । ଗତ ୫ଦିନ ହେବ ଗାଁ ଛାଡି ରାଜକନିକା ବ୍ଲକର ବଳିଭଣ୍ଡାରେ ରହୁଛନ୍ତି ପରିବାର । ଥାନାରେ ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନଷ୍ଠାନ ହୋଇନି । ନ୍ୟାୟ ନମିଳିଲେ ସପରିବାର ଆତ୍ମାହୁତି ଦେବେ ବୋଲି ନବ ମଲ୍ଲିକଙ୍କ ପରିବାର କହିଛନ୍ତି । ଏ ବିଷୟରେ ସରପଂଚ ଦିବାକର ନାୟକ କହିଛନ୍ତି ଯେ ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ଫସାଇ ଦିଆଯାଉଛି ।