ରାଜଧାନୀରେ ସରପଞ୍ଚଙ୍କ ଶକ୍ତି ପ୍ରଦର୍ଶନ । ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ । ରାସ୍ତାରେ ପୋଲିସ-ଜନପ୍ରତିନିଧି ମୁହାଁମୁହିଁ

151

କନକ ବ୍ୟୁରୋ: ପଞ୍ଚାୟତିରାଜ ନିୟମ ଅନୁସାରେ ସରପଞ୍ଚଙ୍କୁ ସଂପୂର୍ଣ୍ଣ କ୍ଷମତା ଦିଆଯାଉ । ଏହି ଦାବିରେ ରାଜଧାନୀ ଭୁବନେଶ୍ୱରରେ ଏକଜୁଟ ହୋଇଥିଲେ ୫ ହଜାରରୁ ଅଧିକ ସରପଞ୍ଚ ।

  • ରାଜଧାନୀରେ ସରପଞ୍ଚଙ୍କ ଶକ୍ତି ପ୍ରଦର୍ଶନ
  • ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ
  • ରାସ୍ତାରେ ପୋଲିସ-ଜନପ୍ରତିନିଧି ମୁହାଁମୁହିଁ

ସରକାରଙ୍କ ପାଖରେ ବାରମ୍ବାର ଦାବି ସତ୍ୱେ ଦାବି ପୂରଣ ନହେବାରୁ ନବୀନ ନିବାସ ଘେରାଉ ପାଇଁ ବାହାରିଥିଲେ ସରପଞ୍ଚ ମହାସଂଘର ଶହ ଶହ ସଦସ୍ୟ । ନବୀନ ନିବାସ ଯିବା ବେଳେ ଶିଶୁଭବନ ଛକରେ ଅଟକାଇଥିଲା ପୋଲିସ । ଏହାକୁ ବିରୋଧ କରିବାରୁ ଆରମ୍ଭ ହୋଇଥିଲା ଧସ୍ତାଧସ୍ତି । ବେଶ କିଛି ସମୟ ଧରି ପୋଲିସ ଓ ସରପଞ୍ଚଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା । ପରେ ସମସ୍ତଙ୍କୁ ଉଠାଇ ନେଇଥିଲା କମିସନରେଟ ପୋଲିସ । ସରପଞ୍ଚଙ୍କୁ ସଂପୂର୍ଣ୍ଣ କ୍ଷମତା ଦିଆଯାଉ, ପଞ୍ଚାୟତିରାଜ ବ୍ୟବସ୍ଥାର ଜନପ୍ରତିନିଧିଙ୍କ ସ୍ୱାଭିମାନକୁ ଫେରାଇ ଦିଆଯାଉ ବୋଲି ବିକ୍ଷୋଭକାରୀ ଦାବି କରିଛନ୍ତି । ସରପଞ୍ଚ ମହାସଂଘର ପ୍ରମୁଖ ଦାବି ହେଉଛି ।

  • ପିଡିଏସ୍ ବଣ୍ଟନ କ୍ଷମତା ପିଇଓ ଏବଂ ସରପଞ୍ଚଙ୍କୁ ଦିଆଯାଉ
  • ସରପଞ୍ଚମାନଙ୍କ ଭତ୍ତା ବୃଦ୍ଧି କରାଯାଉ
  • ସରପଞ୍ଚମାନଙ୍କ ପାଇଁ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା
  • ପିଇଓ, ଜିଆରଏସ ଛୁଟି ପାଇଁ ସରପଞ୍ଚଙ୍କୁ ଦରଖାସ୍ତ ଦିଅନ୍ତୁ
  • ବସୁଧା ଯୋଜନାରେ ଗାଁରେ ଜଳ ଯୋଗାଣର ବିଜୁଳି ବିଲ୍ ସରକାର ପୈଠ କରନ୍ତୁ
  • ସିଏଫସି, ଏସଏଫସି ଫଣ୍ଡର ପରିମାଣ ବୃଦ୍ଧି କରାଯାଉ

କୋଭିଡ ସମୟରେ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ ରାଜ୍ୟ ସରକାର । ହେଲେ ପରବର୍ତ୍ତୀ ସମୟରେ ସରପଞ୍ଚଙ୍କ ବିଭିନ୍ନ କ୍ଷମତାରୁ ବଞ୍ଚିତ କରାଯାଇଥିବା ଅଭିଯୋଗ ହୋଇଛି ।