ସରପଂଚ ପ୍ରାର୍ଥୀଙ୍କ ସ୍ୱାମୀ ନିଖୋଜ : ଦୈନିକ ଓଡ଼ିଆ ଖବର କାଗଜର ସ୍ଥାନୀୟ ପ୍ରତିନିଧି ଭାବେ କାମ କରନ୍ତି ପୀତବାସ

Advertisment
ସରପଂଚ ପ୍ରାର୍ଥୀଙ୍କ ସ୍ୱାମୀ ନିଖୋଜ : ଦୈନିକ ଓଡ଼ିଆ ଖବର କାଗଜର ସ୍ଥାନୀୟ ପ୍ରତିନିଧି ଭାବେ କାମ କରନ୍ତି ପୀତବାସ

କନକ ବ୍ୟୁରୋ : ଦୁଇ ଦିନ ଧରି ନିଖୋଜ ଅଛନ୍ତି ସରପଂଚ ପ୍ରାର୍ଥୀଙ୍କ ସ୍ୱାମୀ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଳକ ବେଂଟପୁର ପଂଚାୟତର ସରପଂଚ ପ୍ରାର୍ଥୀ ଶ୍ରଦ୍ଧାଂଜଳି ତ୍ରିପାଠୀଙ୍କ ସ୍ୱାମୀ ପୀତବାସ ଦାଶ ସୋମବାର ସଂଧ୍ୟା ପରଠାରୁ ନିଖୋଜ ଥିବା ଅଭିଯୋଗ ହୋଇଛି । ସ୍ୱାମୀ ନିଖୋଜ ଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଶ୍ରଦ୍ଧାଂଜଳି ।

ଗତକାଲି ସ୍ଥାନୀୟ ମଣିଦାସ ବରଗଛ ବଜାରରୁ ପୀତବାସଙ୍କ ବାଇକ୍ ଉଦ୍ଧାର କରାଯାଇଛି । ନିଖୋଜ ଥିବା ପୀତବାସ, ଦୈନିକ ଓଡ଼ିଆ ଖବର କାଗଜର ସ୍ଥାନୀୟ ପ୍ରତିନିଧି ଭାବେ କାମ କରନ୍ତି । ରାଜନୈତିକ ଶତ୍ରୁତା କି ଏହାର ଅନ୍ୟ କୌଣସି କାରଣ ରହିଛି, ତାହା ସ୍ପଷ୍ଟ ହୋଇନାହିଁ । ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ବୋଲି କହିଛନ୍ତି ବାଲିଅନ୍ତା ଥାନା ଅଧିକାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe