କନକ ବ୍ୟୁରୋ: ମଦ ମୁକ୍ତ ପଞ୍ଚାୟତ ମଦ ମୁକ୍ତ ପରିବେଶ ଗଢ଼ିବାକୁ ସଚେତନ ନାଗରିକ ସବୁବେଳେ ଚାହାନ୍ତି । ହେଲେ କିଛି ନିଶାଖୋରଙ୍କ ପାଇଁ ଏହି ଅଭିଯାନ ଅଧୁରା ରହିବା ନଜିର ରହିଛି । କିନ୍ତୁ ଜଣେ ମହିଳା ସରପଞ୍ଚଙ୍କ ମଦମୁକ୍ତ ପଞ୍ଚାୟତ ଡାକରା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏପରିକି ଯଦି ମଦ ବନ୍ଦ ନକରାଯାଏ ତେବେ ରାସନକାର୍ଡ କାଟିଦେବି ବୋଲି ଚେତାବନୀ ଦେଇଛନ୍ତି ମୋହନା ବ୍ଲକ ଅନ୍ତର୍ଗତ ଗୁଲୁବାର ସରପଞ୍ଚ ରେଜିନା ପ୍ରଧାନ ।

Advertisment

ସୂଚନା ମୁତାବକ, ପଞ୍ଚାୟତର ସରପଞ୍ଚ ରେଜିନା ପ୍ରଧାନଙ୍କ ନେତୃତ୍ୱରେ ମହିଳା ସଂଘର ଶତାଧିକ ମହିଳା ଓ ଅଙ୍ଗନବାଡି କର୍ମୀ ହାତରେ ପ୍ଲାକର୍ଡ଼ ଧରି ଗାଁ ଗାଁ ବୁଲିଥିଲେ । ମଦ ରନ୍ଧା ଓ ମଦ ବିକ୍ରୀ ସମ୍ପୂର୍ଣ୍ଣ ଭାବେ ବିରୋଧ କରିବା ସହ ଜନସାଧାରଣଙ୍କୁ ମଦ ବନ୍ଦ ପାଇଁ ସଚେତନ କରିଥିଲେ । ଘରର ପୁରୁଷ ମାନେ ମଦ୍ୟପାନ କରି ଘରେ ସ୍ତ୍ରୀମାନଙ୍କୁ ନିର୍ଯାତନା ଦେଉଛନ୍ତି । ସେଥିପାଇଁ ପଞ୍ଚାୟତକୁ ସମ୍ପୂର୍ଣ୍ଣ ଭାବେ ମଦ ମୁକ୍ତ ପଞ୍ଚାୟତ ଗଠନ ପାଇଁ ଆହ୍ୱାନ ଦେଇଥିଲେ । ଏନେଇ ରେଜିନା କହୁନ୍ତି... ଏ ଚେତାବନୀ ପରେ ଯଦି ମଦ ରନ୍ଧା କିମ୍ବା ବ୍ୟବସାୟ ନବନ୍ଦ କରନ୍ତି ତେବେ ଘରେ ଘରେ ପସି ମଦ ରନ୍ଧା ସାମଗ୍ରୀ ଓ ମଦ ସବୁ ଭାଙ୍ଗିଭୁଙ୍ଗି ଦେବୁ ।