ସରିଲା ବିଧାନସଭାର ମୌସୁମୀ ଅଧିବେଶନ । ସରିିନି ଆନ୍ଦୋଳନ ଓ ଧାରଣା । ଏବେ ବି ଲୋୟର ପିଏମଜିରେ ସରପଞ୍ଚ ମହାସଂଘର ଆନ୍ଦୋଳନ ।

107

କନକ ବ୍ୟୁରୋ: ଭୁବନେଶ୍ୱର ଲୋୟର ପିଏମଜିରେ ଚାଲିଛି ନାଚ ଗୀତ । ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚୁଛନ୍ତି ଲୋକ । ଏଠି କୌଣସି ଖୁସିର ମାହୋଲ ହୋଇନି ବରଂ ନାଚି ନାଚି ଅଭିନବ ଢଙ୍ଗରେ ସରକାରଙ୍କୁ କଟାକ୍ଷ କରୁଛନ୍ତି ସରପଞ୍ଚ । ବିଧାନସଭାର ମୌସୁମୀ ଅଧିବେଶନ ସରିଗଲେ ବି ସରିନାହିଁ ରାଜ୍ୟ ସରପଞ୍ଚ ମହାସଂଘର ଆନ୍ଦୋଳନ । ରାଜ୍ୟ ସରପଞ୍ଚମାନଙ୍କୁ ସମ୍ପୂର୍ଣ କ୍ଷମତା ଦେବା ଦାବିରେ ରାଜ୍ୟ ସରକାର ବିରୋଧରେ ଏକାଠି ହୋଇ ଲୋୟର ପିଏମଜିରେ ସରପଞ୍ଚମାନେ ଆନ୍ଦୋଳନ ଜାରି ରଖିଛନ୍ତି ।

  • ସରିଲା ବିଧାନସଭାର ମୌସୁମୀ ଅଧିବେଶନ
  • ସରିିନି ଆନ୍ଦୋଳନ ଓ ଧାରଣା

ବିଧାନସଭା ଅଧିବେଶନ ସରିଯାଇଥିବାରୁ ଅନେକ ବ୍ୟାଗ ପତ୍ର ଧରି ଘରକୁ ଫେରିଥିବାବେଳେ , ଏବେବି ଅନେକ ଅନୁଷ୍ଠାନ ଲୋୟର ପିଏମଜିରେ ବିଭିନ୍ନ ଦାବି ନେଇ ପଡି ରହିଛନ୍ତି । ସମିତି ସଭ୍ୟ ସଂଘ, ନିଖିଳ ଓଡିଶା ୬୬୨ ଅନୁଦାନ ପ୍ରାପ୍ତ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ ଏବଂ ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଂଘ ଧାରଣାରେ ବସିଛନ୍ତି ।

ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବାବେଳେ, ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ରାଜ୍ୟ ସରକାରଙ୍କୁ ବାରମ୍ବାର ଘେରିଥିଲେ । ବିଧାନସଭା ବାହାରେ ବିଭିନ୍ନ ଅନୁଷ୍ଠାନ ଶକ୍ତି ପ୍ରଦର୍ଶନ କରି ରାଜ୍ୟ ସରକାରଙ୍କୁ ବିରୋଧରେ ବର୍ଷିଥିଲେ । ହେଲେ,ଏଥର କାହାର ବି ଦାବି ଶୁଣି ନାହାନ୍ତି ରାଜ୍ୟ ସରକାର । ପ୍ରତିଶ୍ରୁତି ପାଇବା ପରେ କେତେକ ଆନ୍ଦୋଳନକାରୀ ଆନ୍ଦୋଳନରୁ ଓହରି ଯାଇଥିବାବେଳେ ଆଉ କିଛି ସଂଗଠନ, ଏମିତି ଲୋୟର ପିଏମଜିରେ ବସିରହିଛନ୍ତି ।