କନକ ବ୍ୟୁରୋ: ପାଣି ପାଇଁ ଉତ୍ତେଜନା । ପଞ୍ଚାୟତ ଅଫିସରେ ସରପଞ୍ଚ , ସ୍ଥାନୀୟ ଲୋକ ମୁହାଁମୁହିଁ । କେନ୍ଦ୍ରାପଡ଼ା ଶ୍ୟାମସୁନ୍ଦରପୁର ପଞ୍ଚାୟତର ୧୨ ନମ୍ବର ୱାର୍ଡରେ ପିଇବା ପାଣିର ଅଭାବ । ସୀମା ଲଂଘୁଛି ଗାଁ ଲୋକଙ୍କ ଅସୁବିଧା । ପାଣି ପାଇଁ ନାନା ସମସ୍ୟା ଭୋଗୁଛନ୍ତି ଲୋକ । ସରପଞ୍ଚଙ୍କୁ ଅଭିଯୋଗ ଜଣାଇବାକୁ ଏକାଠି ହୋଇ ପଞ୍ଚାୟତ ଅଫିସ ଯାଇଥିଲେ । ସରପଞ୍ଚଙ୍କୁ ଭେଟି ଅଭିଯୋଗ କରିବା ସମୟରେ ମୁହାଁମୁହିଁ ହୋଇଥିଲେ ଗାଁଲୋକ- ସରପଞ୍ଚ । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି ।