ଭତ୍ତା ପାଇଁ ବିଡିଓଙ୍କ ଆଗରେ ଅଧିଆ ପଡ଼ିଲେ ସରପଞ୍ଚଙ୍କ ସ୍ୱାମୀ : ଭତ୍ତା ପାଇଁ ଲୋକଙ୍କୁ ଯିବାକୁ ପଡୁଛି ୧୦ କିମି

173

କନକ ବ୍ୟୁରୋ : ଭତ୍ତା ପାଇଁ ବିଡିଓଙ୍କ ଆଗରେ ଅଧିଆ ପଡ଼ିଲେ ସରପଞ୍ଚଙ୍କ ସ୍ୱାମୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ବିଡିଓଙ୍କ କାର୍ଯ୍ୟାଳୟ ଆଗରେ । କୋରାକୋରା ପଞ୍ଚାୟତର ସରପଞ୍ଚ ମୋନାଲିସା ପଣ୍ଡାଙ୍କ ସ୍ୱାମୀ ଧବଳେଶ୍ୱର ପଣ୍ଡା ଦଣ୍ଡବତ ଅବସ୍ଥାରେ ଅଧିଆ ପଡ଼ିବା ସାଧାରଣରେ ଚର୍ଚ୍ଚାରେ ବିଷୟ ହୋଇଛି । ବୃଦ୍ଧବୃଦ୍ଧା ଓ ଅସହାୟଙ୍କୁ ତାଙ୍କ ଘର ପାଖରେ ଭତା ଦେବା ପାଇଁ ସରକାର ଘୋଷଣା କରିଥିଲେ । ହେଲେ ଭଦ୍ରକ ବିଡିଓ ସୀତାକାନ୍ତ ରାଉତ ପଞ୍ଚାୟତ ଅଫିସକୁ ଯାଇ ସେଠାରୁ ଭତ୍ତା ନେବା ପାଇଁ ଚିଠି କରିଛନ୍ତି ।

ଯାହାକୁ ବିରୋଧ କରୁଛନ୍ତି କୋରାକୋରାବାସୀ । କୋରାକୋରା ପଞ୍ଚାୟତକୁ ଆସି ଭତ୍ତା ନେବାକୁ ହେଲେ ୧୦ କିଲୋମଟରରୁ ଅଧିକ ବାଟ ଚାଲିବାକୁ ପଡେ । ଏତେ ବାଟ ଯାଇ ଭତ୍ତା ଟଙ୍କା ଆଣିବା ପାଇଁ ବୃଦ୍ଧବୃଦ୍ଧାଙ୍କ ପାଇଁ ସହଜ ନୁହେଁ । ଏଥିପାଇଁ କିଛି ଦିନ ହେବ ସରପଞ୍ଚଙ୍କ ସ୍ୱାମୀ ଧାରଣା ଦେଉଥିଲେ । ଗତକାଲି ବିଡିଓଙ୍କ ପାଖକୁ ଯାଇଥିଲେ ସରପଞ୍ଚଙ୍କ ସ୍ୱାମୀ । ହେଲେ ବିଡିଓ ନିଜ ଅଫିସରୁ ନବାହାରିବାରୁ ଧବଳେଶ୍ୱର ନିଜେ ଅଫିସ୍ ଆଗରେ ହାତ ଯୋଡି ଅଧିଆ ପଡ଼ିଥିଲେ । ଏହାକୁ ନେଇ ଉତ୍ତେଜନା ଦେଖାଦେବାରୁ ବିଡିଓ ଦାବିପତ୍ର ଗ୍ରହଣ କରିଥିଲେ ।