ଚାଷ କାମ ସହ ଲୋକଙ୍କ ଦୁଃଖସୁଖରେ ଯୋଡା ନମତାରା ପଂଚାୟତର ସରପଂଚ । ୧୬ ଏକର ଜମିରେ ଗହମଠୁ ପରିବା ଯାଏଁ କରୁଛନ୍ତି ଚାଷ ହୃଦାନନ୍ଦ

119

କନକ ବ୍ୟୁରୋ : ନମତରା ପଞ୍ଚାୟତରସରଞ୍ଚ ସକାଳୁସକାଳୁ ପଞ୍ଚାୟତର ଲୋକମାନଙ୍କ ଭଲ ମନ୍ଦ ବୁଝିବା ପରେ ବାହାରି ଯାଆନ୍ତି ନିଜ ବିଲକୁ ୮ଏକର ବିଲରେ ଗହମ ଚାଷ ସହ କରିଛନ୍ତି ବିଭିନ୍ନ ପ୍ରକାରର ପନିପରିବା ଚାଷ । ୬ଲୋକଙ୍କୁ ଦେଇଛନ୍ତି ନିଯୁକ୍ତି । ବାର୍ଷିକ ଆୟକରୁଛନ୍ତି ୬ଲକ୍ଷ ଟଙ୍କା ।

ଆଜିର ସମାଜରେ ରାଜନେତାମାନେ ସଉକିନ ଜୀବନ ବିତାଉଥିବା ବେଳେ ଏମିତି ଜଣେ ସରପଂଚ ଅଛନ୍ତି ଯିଏ କି ନିଜେ ବିଲରେ କାମ କରିବା ସହ ଅନ୍ୟମାନଙ୍କୁ ଦେଇଛନ୍ତି ନିଯୁକ୍ତି । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ନମତରା ପଂଚାୟତର ସରପଂଚ ହୃଦାନନ୍ଦ ଦାସ । ସେ ପ୍ରତି ଦିନ ସଖାଳୁ ଉଠି ପଂଚାୟତର ଲୋକମାନଙ୍କର ଥିବା ବିଭିନ୍ନ ସମସ୍ୟା ବୁଝିବା ସହ ଚାଲି ଆସିଥାନ୍ତି ନିଜ ବିଲକୁ । ୮ଏକର ବିଲରେ ଫଳାଇଛନ୍ତି ସୁନାର ଫସଲ ।

ସେଥିମଧ୍ୟରୁ ୫ଏକର ବିଲରେ କରିଛନ୍ତି ଗହମଚାଷ ଓ ଆଉ ୩ଏକର ବିଲରେ କରିଛନ୍ତି ବାଇଗଣ, ବିମ, ପିଆଜ ,ଗ୍ରିନ କୋବି, କାକୁଡି, କଲରା ଓ ବିଭନ୍ନ ପ୍ରକାର ସାଗ ସହ ବିଭିନ୍ନ ପ୍ରକାରର ପନିପରିବା । ଅଂଚଳରେ କେଉଁଠି ଗହମ ଚାଷ ହେଉନଥିବା ବେଳେ ସେ କରିଛନ୍ତି ଗହମ ଚାଷ । ଆଉ ଅଳ୍ପ ଦିନ ପରେ ହେବ ଅମଳ । ସେ ନିଜେ ବିଲରେ ଘାସ ବାଛିବା ସହ ଔଷଧ ପକାଇବା ଓ ପନିପରିବା ତୋଳି ବିକିଥାନ୍ତି ।

ପ୍ରତିଦିନ ବିଲରୁ ବାହାରୁ ଥିବା କୁଇଂଟାଲ କୁଇଂଟାଲ ପନିପରିବା ରାଜକନିକା ,ସିଙ୍ଗପୁର ଓ ଆଳି ବଜାରକୁ ଯୋଗାଇବା ସହ ୬ ଜଣ ଶ୍ରମିକଙ୍କୁ ନିଜେ ଦେଇଛନ୍ତି ନିଜୁକ୍ତି । ପଂଚାୟତର ଲୋକମାନେ ଭଲ ସରପଞ୍ଚ ସହ ଜଣେ ସଫଳ ଚାଷି ପାଇଥିବାରୁ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ।