କନକ ବ୍ୟୁରୋ : ନିର୍ବାଚନ ଆସିଲେ ପ୍ରତିଶ୍ରୁତି ମିଳେ । ନେତାମାନେ ଘୋଡା ହାତୀ ସହ ଜହ୍ନ ରାଇଜରେ ବୁଲାଇ ଆଣିବାର ସ୍ୱପ୍ନ ଦେଖାଇ ଜନତାଙ୍କୁ ମସଗୁଲ କରାଇ ଦିଅନ୍ତି । ଏଭଳି କିଛି ସ୍ଥାନରେ ଏହି ପ୍ରତିଶ୍ରୁତି ହିଁ ନେତାଙ୍କୁ ନିର୍ବାଚନ ଜିତାଇ ଦେଇଥାଏ । ହେଲେ ବେଳେ ବେଳେ ନେତା ବା ପ୍ରାଥୀମାନେ ଲୋକଙ୍କୁ ଏଭଳି ଅବିଶ୍ୱସନୀୟ ପ୍ରତିଶ୍ରୁତି ଦେଇଥାନ୍ତି କି ତାହା ଚର୍ଚ୍ଚାର ଶିରୋନାମା ପାଲଟି ଯାଏ । ଏଭଳି କିଛି ଚର୍ଚ୍ଚା ଏବେ ଜୋର ଧରିଛି ଯାହାକି ଜଣେ ସରପଞ୍ଚ ପ୍ରାର୍ଥୀଙ୍କର ପ୍ରତିଶ୍ରୁତିକୁ ନେଇ । କେବଳ ସେତିକି ନୁହେଁ ଇଣ୍ଟରନେଟରେ ଏହି ପ୍ରତିଶ୍ରୁତିଗୁଡିକ ଭାଇରାଲ ହେବା ପରେ ଏନେଇ ଜଣେ ଆଇପିଏସ ମଜାଳିଆ ଢଙ୍ଗରେ ପୋଷ୍ଟରଟିକୁ ସେୟାର କରିଛନ୍ତି । ଆଇପିଏସ୍ ଅରୁଣ ବୋଥ୍ରା ଏହି ପୋଷ୍ଟରକୁ ସେୟାର କରି କହିଛନ୍ତି କି ଯଦି ଏଭଳି ହେବ ତେବେ ମୁଁ ସେହି ପଞ୍ଚାୟତରେ ଘର କରି ରହିବି ।
ଏହି ୟୁନିକ ପୋଷ୍ଟରକୁ ଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀ ଅରୁଣ ବୋଥ୍ରା ଅକ୍ଟୋବର ୯ ତାରିଖରେ ଟ୍ୱିଟରରେ ସେୟାର କରିଥିଲେ । ଏକ ମଜାଳିଆ ଫଟୋ ସହ ସେ ଲେଖିଛନ୍ତି କି, ମୁଁ ଏବେ ସେହି ଗାଁରେ ରହିବାକୁ ଯାଉଛି ।
ସୂଚନା ଥାଉକି ଏହି ପୋଷ୍ଟରରେ ଜଣେ ସରପଂଚ ପ୍ରାର୍ଥୀ ଲୋକମାନଙ୍କୁ ମୋଟ ୧୩ ଟି ପ୍ରତିଶ୍ରୁତି ଦେଇଛନ୍ତି । ଯାହା ମଧ୍ୟରେ ରହିଛି ଗାଁରେ ୩ ଟି ବିମାନ ବନ୍ଦର ନିର୍ମାଣ ହେବ, ମାଗଣା ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ । ମହିଳାମାନଙ୍କ ପାଇଁ ମାଗଣାରେ ମେକଅପ୍ କିଟ୍, ପଞ୍ଚାୟତବାସୀଙ୍କୁ ୨୦ ଟଙ୍କା ଲିଟର ପ୍ରତି ପେଟ୍ରୋଲ । ରୋଷେଇ ଗ୍ୟାସ ସିଲିଣ୍ଡର ପ୍ରତି ୧୦୦ ଟଙ୍କାରେ ମିଳିବ ।
Follow Us