କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଲାନି ଘର । ସରପଞ୍ଚ ପାଇଁ ଠିଆ ହେଲେ ମହିଳା । ଯୋଗ୍ୟ ହିତାଧିକାରୀ ହୋଇଥିବା ସତ୍ୱେ ସରପଞ୍ଚ ତାଙ୍କୁ ଘର ଦେବାରୁ ବଂଚିତ କରିଥିବାର ଅଭିଯୋଗ ଆଣି ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଜଣେ ସାଧାରଣ ମହିଳା ।

Advertisment

ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ କୁନ୍ତୁରା ପଂଚାୟତରେ । ସରପଞ୍ଚ  ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସୁନିତା କିଶାନ । ସୁନିତା ଘରେ ଘରେ ବୁଲି ମାସ୍କ ବାଂଟିବା ସହ ଭୋଟ ଭିକ୍ଷା କରିଛନ୍ତି । ପାଂଚ ବର୍ଷ ଅପେକ୍ଷା ପରେ ଆବାସ ଘର ନ ମିଳିବାରୁ ଏଥର ସରପଞ୍ଚ  ହୋଇ ଲୋକଙ୍କୁ ସାହାଯ୍ୟ କରିବାକୁ ମନସ୍ଥ କରିବାକୁ ମନସ୍ଥ କରିଛନ୍ତି ।