କନକ ବ୍ୟୁରୋ : ଶ୍ୱଶୁର ଘରେ ଥିଲେ ସରପଂଚ ପ୍ରାର୍ଥୀ । ନିଜେ ରଚିଥିଲେ ଅପହରଣ ନାଟକ । ଅନୁଗୁଳ ମାଛକୁଟା ପଂଚାୟତର ସରପଂଚ ପ୍ରାର୍ଥୀ ମନୋଜ କୁମାର ସେଠୀଙ୍କୁ ଶ୍ୱଶୁର ଘର ନିକଟରୁ ଠାବ କରିଛି ପୋଲିସ । ତାଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଥିଲା ।

Advertisment

ତାଙ୍କ ମୋବାଇଲ୍ ଟ୍ରାକିଂ କରି ସେ ଦେବଗଡ଼ରେ ଥିବା ଜାଣିବାକୁ ପାଇଥିଲା ପୋଲିସ । ଛେଣ୍ଡିପଦା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଯାଇ ମନୋଜଙ୍କୁ ତାଙ୍କ ଶ୍ୱଶୁରଘର ନିକଟରୁ ଠାବ କରିଥିଲା । ନିର୍ବାଚନ ପାଇଁ ସେ ଘରକୁ ଘର ବୋଲି ପ୍ରଚାର କରୁଥିଲେ । ଗତକାଲି ସକାଳୁ ମଧ୍ୟ ପ୍ରଚାର ପାଇଁ ଘରୁ ବାହାରି ଯାଇଥିଲେ । ହେଲେ ସଂଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।