କନକ ବ୍ୟୁରୋ: ବଲାଙ୍ଗିର ଜିଲ୍ଲା ବିଲେଇସର୍ଡା ସରପଂଚ ପଦବୀ ନିଲାମ ଘଟଣାରେ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର ହୋଇଛନ୍ତି ୧୨ ଜଣ ବ୍ୟକ୍ତି । ସରପଂଚ ପ୍ରାର୍ଥୀ ସୁଶାନ୍ତ ଛତ୍ର୍ରିଆଙ୍କ ସହ ୧୨ ଜଣ ଆଜି ପୁଇଁନ୍ତଲା ତହସିଲ କୋର୍ଟରେ ହାଜର ହୋଇଛନ୍ତିି । ଗାଁରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଏହି ଜଣ ବଣ୍ଡ ପେପରରେ ଦସ୍ତଖତ କରିଛନ୍ତି । ସରଂଚ ପଦବୀ ନିଲାମ ନେଇ ଅଭିଯୋଗ ପରେ ପ୍ରଶାସନ ସେମାନଙ୍କ ବିରୋଧରେ ୧୦୭ ଧାରାରେ ମାମଲା ରୁଜୁ କରିଥିଲା ।
ବିଲେଇସର୍ଡାରେ ୪୪ ଲକ୍ଷ ଟଙ୍କାରେ ସରପଂଚ ପଦ ନିଲାମ ଖବର ରାଜ୍ୟରେ ହଇଚଇ ଖେଳାଇ ଦେଇଥିଲା । ଏହାକୁ ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିଲେ ରାଜ୍ୟ ନିର୍ବାଚନ କମିମନ । ଏହି ଘଟଣାର ତଦନ୍ତ କରି ପୁଇଁତଲା ତହସିଲଦାର ବିଲେଇସର୍ଡା ଗାଁର ୧୨ ଜଣଙ୍କୁ ନୋଟସ ପଠାଇଥିଲେ । ଏଥିରେ ସରପଂଚ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆ ଓ ସରପଂଚ ପଦ ନିଲାମ କରିଥିବା ଗାଁ ପୂଜା କମିଟିର ସଦସ୍ୟ ଥିଲେ । ଆଜି ସମସ୍ତଙ୍କୁ ବ୍ଲକ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା । ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନିର୍ବାଚନ ସମୟରେ ସେମାନେ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବେ ନାହିଁ ବୋଲି ଲିଖିତ ଭାବେ ଜଣାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/01/7-38.jpg)