କନକ ବ୍ୟୁରୋ : ଧାରଣାରେ ବସିଲେ ଆଶାୟୀ ସରପଂଚ ପ୍ରାର୍ଥୀ । ନାମାଙ୍କନ ଦାଖଲ ପରେ ଯାଂଚ ପ୍ରକିୟାରେ ଆଶାୟୀ ସରପଂଚ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହେବା ପରେ ସରପଂଚ ପ୍ରାର୍ଥୀ ଜଣଙ୍କ ଧାରଣା ଦେଇଛନ୍ତି । ଏପରିକି ପୁନଃ ଯାଂଚ କରାଯାଇ ନିର୍ବାଚନ ଲଢିବାକୁ ନ ଦିଆ ଗଲେ ଆତ୍ମାହୁତି ଭଳି ଚରମ ନିଷ୍ପତ୍ତି ନେବା ନେଇ କହିଛନ୍ତି ଆଶାୟୀ ପ୍ରାର୍ଥୀ । ମୟୁରଭଂଜ କପ୍ତିପଦା ପଂଚାୟତରେ ସରପଂଚ ପଦବୀରେ ନିର୍ବାଚନ ଲଢିବା ନିମନ୍ତେ ଆଶାୟୀ ପ୍ରାର୍ଥୀ ତନ୍ମୟୀ ହାଁସଦା ନାମାଙ୍କନ ଦାଖଲ କରିଥିଲେ ।
ନାମାଙ୍କନ ଦାଖଲ ସମୟରେ ତାଙ୍କର କାଗଜପତ୍ର ଠିକ ଥିବା କୁହାଯାଇଥିବା ବେଳେ ନାମାଙ୍କନ ଯାଂଚ ପରେ ନିର୍ବାଚନ ଲଢିବା ନିମନ୍ତେ ପ୍ରକାଶ ପାଇଥିବା ଚୁଡ଼ାନ୍ତ ତାଲିକାରେ ତାଙ୍କର ନାମ କାଟି ଦିଆଯାଇଛି । ଏନେଇ କପ୍ତିପଦା ନିର୍ବାଚନ ଅଧିକାରୀ ତଥା କପ୍ତିପଦା ତହସିଲଦାର ଏବଂ ଜିଲ୍ଲାପାଳଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇଥିଲେ ମଧ୍ୟ କୌଣସି ସୁଫ ପାଇନଥିଲେ । ଯାହାକୁ ନେଇ ଆଜି କପ୍ତିପଦା ତହସିଲ ସମ୍ମୁଖରେ ନିଜ ସମର୍ଥକଙ୍କ ସହ ଧାରଣାରେ ବସିବା ସହିତ ନିର୍ବାଚନ ଲଢିବାକୁ ସୁଯୋଗ ନଦେଲେ ଆତ୍ମାହୁତି ଦେବେ ବୋଲି ସେ ନିଷ୍ପତ୍ତି ଦେଇଥିବା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/vlcsnap-2022-01-25-14h39m30s068.png)