କନକ ବ୍ୟୁରୋ: ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ସରପଞ୍ଚ ପ୍ରାର୍ଥୀ । ନୂଆପଡା ଖଡିଆଳ ସୁନାରିଶିକୁଆରର ସରପଞ୍ଚ ପାର୍ଥୀ ଚୂଳମଣି ବୈଠାରୁଙ୍କୁ ତାଙ୍କ ଘରଠାରୁ ୧ କିଲୋମିଟର ଦୂରରେ ହାତ ଗୋଡ ବନ୍ଧା ହୋଇ ଅଚେତ ହୋଇ ପଡିଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କୁ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିିକତ୍ସା ଚାଲିଛି । ।
ଚୂଳମଣି ଗତକାଲି କୌଣସି କାମରେ ଯାଇ ଆଉ ଘରକୁ ଫେରିନଥିଲେ । ଏନେଇ ତାଙ୍କ ପରିବାର ଲୋକେ ପୋଲିସରେ ଏତଲା ଦେବା ପରେ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା । ଆଜି ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି । ତୃତୀୟ ପର୍ଯ୍ୟାୟ ମତଦାନରେ ନିର୍ଦ୍ଧାରଣ ହେବାକୁ ଅଛି କୂଳମଣିଙ୍କ ଭାଗ୍ୟ । ଏହା ପୂର୍ବରୁ ତାଙ୍କର ନିଖୋଜ ହୋଇଯିବା ଓ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିବା ଘଟଣା ତାଙ୍କ ପରିବାରରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/20-17.jpg)