କନକ ବ୍ୟୁରୋ : ଅନୁଗୁଳ ମାଛକୁଟା ପଂଚାୟତର ସରପଂଚ ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ । ଥାନାର ଦ୍ୱାରସ୍ଥ ହେଲେ ନିଖୋଜ ମନୋଜ କୁମାର ସେଠୀଙ୍କ ପରିବାର ଓ ଗ୍ରାମବାସୀ । ନିର୍ବାଚନ ପାଇଁ ସେ ଘରକୁ ଘର ବୋଲି ପ୍ରଚାର କରୁଥିଲେ । ଗତକାଲି ସକାଳୁ ମଧ୍ୟ ପ୍ରଚାର ପାଇଁ ଘରୁ ବାହାରି ଯାଇଥିଲେ । ହେଲେ ସଂଧ୍ୟା ପର୍ଯ୍ୟନ୍ତ ଘରକୁ ଫେରିନଥିଲେ ।
ପରିବାର ଲୋକେ ଫୋନ୍ କରିଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ହୋଇପାରିନଥିଲା । ଏହା ପରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ନପାଇବାରୁ ଶେଷରେ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ମନୋଜ କୁମାର ସେଠୀଙ୍କୁ ଅପହରଣ କରାଯାଇଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/6-11.jpg)