କନକ ବ୍ୟୁରୋ: ସରପଞ୍ଚ ପ୍ରାର୍ଥୀଙ୍କ ନିଆରା ପ୍ରଚାର । ସମର୍ଥକଙ୍କ ସହ ଭଜନ ସଙ୍କୀର୍ତ୍ତନ କରି ପ୍ରଚାର କରୁଛନ୍ତି ମହିଳା ପ୍ରାର୍ଥିନୀ । ପୁରୀ ଜିଲ୍ଲା ଗୋପ ବ୍ଲକ ଇସାଣପୁର ପଞ୍ଚାୟତରେ ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଆଧ୍ୟାତ୍ମିକ ପରିବେଶରେ ଭଜନ ସଙ୍କୀର୍ତ୍ତନ କରି ଦୁଇ ମହିଳା ପ୍ରାର୍ଥୀନୀ ପଞ୍ଚାୟତ ପରିକ୍ରମା କରି ଭୋଟରଙ୍କ ନିକଟତର ହେଉଛନ୍ତି । ସରପଞ୍ଚ ପ୍ରାର୍ଥୀ ଭାବେ ବିନୋଦିନୀ ପାଳ ଓ ସମିତି ସଭ୍ୟ ପ୍ରାର୍ଥୀ ଭାବେ ସୁଭାସିନୀ ପାତ୍ର ନିର୍ବାଚନ ଲଢୁଛନ୍ତି । ଭୋଟରଙ୍କୁ ନିଜ ସପକ୍ଷରେ ଭୋଟ ଦେବାକୁ ଭଜନ ସଙ୍କୀର୍ତ୍ତନକୁ ମାଧ୍ୟମ କରି ଲୋଙ୍କ ନିକଟତର ହେଉଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଗ୍ରାମବାସୀ ମାନେ ଏଭଳି ପ୍ରଚାରକୁ ସ୍ୱାଗତ କରୁଛନ୍ତି । ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୁଦ୍ଧରେ ଲଢେଇ ପାଇଁ ପଞ୍ଚାୟତବାସୀ ଏକାଠି ହୋଇଥିବ ବେଳେ ଏହି ଦୁଇ ମହିଳା ପ୍ରାର୍ଥୀଙ୍କ ବିରୁଦ୍ଧରେ ଦସ୍ୱବ ଜଣ ପୁରୁଷ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି ।
ସରପଞ୍ଚ ପ୍ରାର୍ଥୀଙ୍କ ନିଆରା ପ୍ରଚାର । ସଙ୍କୀର୍ତ୍ତନ କରି ଲୋକଙ୍କୁ ମାଗୁଛନ୍ତି ଭୋଟ୍ ।
/kanak/media/post_attachments/wp-content/uploads/2022/02/pjimage-8.jpg)