କନକ ବ୍ୟୁରୋ: ବିଧାୟକଙ୍କ ଆଗରେ ଫଳକ ଭାଙ୍ଗିଲେ ସରପଞ୍ଚ । ଶିଳାନ୍ୟାସ ଫଳକରେ ନାଁ ନଥିବାରୁ ପ୍ରତିବାଦରେ ସରପଞ୍ଚ ଫଳକ ଭାଙ୍ଗିଦେଇଛନ୍ତି । ବାଲେଶ୍ୱର ଜିଲ୍ଲା ନୀଳଗିରି ଗରଡିହି ପଞ୍ଚାୟତ କଳାକାଦ ଗାଁରେ ହାଇଡ୍ରାମା ଦେଖିବାକୁ ମିଳିଛି । ୪ କୋଟି ୭୮ ଲକ୍ଷ ବ୍ୟୟରେ କଳାକାଦ-ଟିଆକଟା-ଚେକାମରା ରାସ୍ତା ନିର୍ମାଣ କରାଯିବ । ଏଥିପାଇଁ ଶିଳାନ୍ୟାସ ଫଳକଙ୍କୁ ଭାଙ୍ଗି ସେଠାରେ ବସି ରହି ବିରୋଧ କରିଥିଲେ । ଏହାକୁ ନେଇ ସରପଞ୍ଚ ଓ ବିଧାୟକ ସମର୍ଥକ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।