କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର ପଡିଲା ମହଙ୍ଗା: ନଗସପୁର ପିଏଚସି ଡାକ୍ତର ଓ କର୍ମଚାରୀଙ୍କ ନେମାଳ ଥାନାରେ ଅଭିଯୋଗ; ସରପଂଚ ଗିରଫ ସୂଚନା

1,540

କନକ ବ୍ୟୁରୋ: ଲକଡାଉନ ସମୟରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତର ଓ ସହଯୋଗୀଙ୍କୁ ଦୁର୍ବ୍ୟବହାର କରିବା ସରପଂଚଙ୍କୁ ମହଙ୍ଗା ପଡିଛି । କଟକ ଜିଲ୍ଲା ନେମାଳ ଥାନାରେ ଅଭିଯୋଗ ହେବା ପରେ ନିଶ୍ଚିନ୍ତକୋଇଲି ନଗସପୁର ଗ୍ରାମପଂଚାୟର ସରପଂଚ ସୁଧାଂଶୁ ଶେଖର ଭୂୟାଁଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ୍ । ନଗସପୁର ପ୍ରାଥିମିକ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ଡାକ୍ତର ଅଜନ୍ତା ମହାନ୍ତି ସଂରପଂଚଙ୍କ ବିରୋଧରେ ନେମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଏନେଇ ନେମାଳ ଥାନାରେ ୪୭/ ୨୦୨୦ରେ ଏକ ମାମଲା ରୁଜୁ ହୋଇଛି । ଜଣେ ସରପଂଚଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ପରେ ଏହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ନିଶ୍ଚିନ୍ତକୋଇଲି ମେଡିକାଲ ଅଫିସର ଓ ଅନ୍ୟ କର୍ମଚାରୀ ଥାନାରେ ପହଁଚି ଏଭଳି ଦୁର୍ବ୍ୟବହାର ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସୁରକ୍ଷା ଦାବି କରିଛନ୍ତି ।