କନକ ବ୍ୟୁରୋ: ଭିଜିଲାନ୍ସ ତଦନ୍ତଙ୍କୁ ନେଇ ସରପଞ୍ଚ ଓ ଭିଜିଲାନ୍ସ ଅଧିକାରୀ ମୁହାଁମୁହିଁ । ଭଦ୍ରକ ଗୁଜିଦରଡା ପଂଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପଂଚାୟତର ୧୦ରୁ ଅଧିକ ରାସ୍ତା ଓ ଡ୍ରେନ କାର୍ଯ୍ୟରେ ବ୍ୟାପକ ଅନିୟମିତା ଏବଂ ଫସଲ ବିଲରେ ଦୁର୍ନୀତିର ଅଭିଯୋଗ ପରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ମାମଲାର ତଦନ୍ତ ପାଇଁ ଭିଜିଲାନ୍ସ ଅଧିକାରୀମାନେ ଗୁଜିଦରଡ଼ା ପଂଚାୟତକୁ ଯାଇଥିବା ବେଳେ ସରପଂଚଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକେ ଭିଜିଲାନ୍ସ ଅଧିକାରୀଙ୍କୁ ବିରୋଧ କରିଥିଲେ । ଯାହାକୁ ନେଇ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଶେଷରେ ପୁଲିସର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା । ତେବେ ପଞ୍ଚାୟତରେ ୧୮ ଟି ପ୍ରକଳ୍ପରେ ୧ କୋଟିରୁ ଅଧିକ ଟଙ୍କାର ମିଥ୍ୟା ବିଲ ହୋଇଥିବା ନେଇ ଅଭିଯୋଗ ରହିଛି ।