କନକ ବ୍ୟୁରୋ : ପରିବାର ଜଂଜାଳ । ରୋଗ ଯନ୍ତ୍ରଣାରେ ଛଟପଟ । ତାରି ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ସରୋଜିନୀ । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୧୫ ବର୍ଷ ହେଲା ଯନ୍ତ୍ରଣାସିକ୍ତ ଜୀବନ ଜୀଉଁଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅଙ୍ଗାର ଗାଁର ସରୋଜିନୀ ସାହୁ । ନିଜେ ଅସୁସ୍ଥ ଥିବା ବେଳେ ଘରେ ରୁଗଣ ସ୍ୱାମୀ ଓ ଶାଶୁ । ସୁସ୍ଥ କହିଲେ କେବଳ ଘରର ଛୋଟ ଛୁଆ । ଅଭାବ ଭିତରେ ରହୁଥିବା ପରିବାର ଭଲରେ ଖାଇବା ଯୋଗାଡ କରିପାରୁନଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଘରର ରୋଜଗାରିଆ ପୁଅ ପାରାଲିସସିିରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇପଡିଛନ୍ତି । ପୂର୍ବରୁ ଜଣ୍ଡିସ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ । ପରେ ପୁଣି ଅସୁସ୍ଥ ହୋଇପଡିଛନ୍ତି । ସରୋଜିନୀ ନିଜେ ଅସୁସ୍ଥ ହୋଇ ମଧ୍ୟ ଉଭୟ ସ୍ୱାମୀ ଓ ଅସୁସ୍ଥ ଶାଶୁଙ୍କ ସେବାରେ ଲାଗିଛନ୍ତି । ୧୫ ବର୍ଷ ହେଲା ଶାଶୂଙ୍କ ସେବା କରୁଥିବା ବେଳେ ଏବେ ଯନ୍ତ୍ରଣାସିକ୍ତ ଜୀବନ ଜୀଉଁଛନ୍ତି ସରାଜିନୀ । ଘର ଚଳିବାକୁ ଅର୍ଥ ନଥିବା ବେଳେ ଚିକତ୍ସା ପାଇଁ ଅର୍ଥ ଆସିବ କେଉଁଠୁ । ଏନେଇ ସରକାରଙ୍କୁ ହାତଯୋଡି କିଛି ସହାୟତା ପାଇଁ ଅନୁରୋଧ କରିଛନ୍ତି ସରୋଜିନୀ ।
ସ୍ୱାମୀ ଶଯ୍ୟାଶାୟୀ ହେବା ପରେ ଘରେ ରୋଜଗାର ବନ୍ଦ ହୋଇଯାଇଛି । ସରକାରଙ୍କ ତରଫରୁ ରାସନ କାର୍ଡ ମାଧ୍ୟମରେ ଆସୁଥିବା ଚାଉଳ ପରିବାରକୁ ନିଅଂଟ ହେଉଥିବା ବେଳେ ଚିକିତ୍ସା ଯେମିତି ସ୍ୱପ୍ନ ପାଲଟିଛି ଏହି ପରିବାର ପାଇଁ । ଗାଁର ପଡିଶା ଓ କିଛି ସହୃଦୟ ବ୍ୟକ୍ତିଙ୍କ ସହାୟତା ପରିବାର ଚଳୁଥିବା ବେଳେ କିଛି ସାହାଯ୍ୟ ସହଯୋଗ କରିବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି ।
ଅସହାୟ ହୋଇପଡିଥିବା ଅସୁସ୍ଥ ସରୋଜିନୀଙ୍କ ପରିବାରକୁ କିଛି ସାହାଯ୍ୟ ସହଯୋଗ କରାଯିବା ସହିତ ଚିକତ୍ସା ପାଇଁ ଅର୍ଥ ଯୋଗାଯାଇ ପାରିଲେ ଗୋଟି ପରିବାର ଉପକୃତ ହୋଇପାରିବ ।