କନକ ବ୍ୟୁରୋ: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଏବେ ସମସ୍ତଙ୍କ ନଜର ଅଟକିଛି ଶର୍ମିଷ୍ଠାଙ୍କ ଉପରେ । ଏହାରି ମଧ୍ୟରେ ୱେବପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ରାଜ୍ୟ ବାହାରକୁ ଚାଲିଯାଇଥିବା ସୂଚନା ମିଳିଛି । ଶର୍ମିଷ୍ଠାଙ୍କ ଭାଇ ତାଙ୍କୁ ଫେରାର କରାଇ ଦେଇଥିବା ପୁଲିସକୁ ସୁରାକ୍ ମିଳିଛି । ଆନ୍ଧ୍ର ବିଜୟୱାଡାରେ ଥାଇ ଶର୍ମିଷ୍ଠାଙ୍କୁ ଲୁଚିବାରେ ସେ ସହାୟତା କରୁଥିଲେ । ଏହାସହ ତାଙ୍କ ଆକଉଂଟକୁ ଟଙ୍କା ଟ୍ରାନ୍ସଫର କରି ପ୍ରୋତ୍ସାହନ କରିଥିଲେ ବୋଲି ବିଜୟୱାଡାରୁ ଓଡିଶା ପୁଲିସ ଜାଣିବାକୁ ପାଇଛି ।

Advertisment

ତେବେ ବିଜୟୱାଡାରୁ ଶର୍ମିଷ୍ଠାଙ୍କ ଭାଇକୁ ଧରି ଭଦ୍ରକ ଫେରୁଛି ଓଡିଶା ପୁଲିସ୍ । ଏଠାରେ ତାଙ୍କୁ ପଚରାଉଚରା କରାଯିବା ପରେ ଗିରଫ କରାଯିବ । ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂତ୍ରରୁ ଏହି ଗୁୁରୁତ୍ୱପୂର୍ଣ୍ଣ ସୂଚନା ଆସୁଛି । ଶର୍ମିଷ୍ଠାଙ୍କ ସହଯୋଗୀଙ୍କ ମୋବାଇଲକୁ ଟ୍ରାକ କରି ପୋଲିସ ଶର୍ମିଷ୍ଠା ସମ୍ପର୍କରେ ଟେର ପାଇବାକୁ ଉଦ୍ୟମ କରୁଛି । ତେବେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ଅତି ସର୍ନ୍ତପଣରେ ମୋବାଇଲ ବ୍ୟବହାର କରୁଥିବା ପୋଲିସ ଅନୁମାନ କରୁଛି ।