କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ଚେତାବନୀ,ଏବେ କଳାଧନ ଉପରେ ହେବ ସର୍ଜିକାଲ ଷ୍ଟ୍ରାଇକ୍ । କଳାଧନ ଜମା ରଖିଥିବା ଲୋକଙ୍କୁ ଏଭଳି ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି କିଛି ଦିନ ତଳେ ଲୋକମାନଙ୍କୁ କଳାଧନ ଘୋଷଣା କରି ସ୍ୱଚ୍ଚ ହେବାକୁ ଆହ୍ୱାନ ଦିଆଯାଇଥିଲା । ଏହି ଅଭିଯାନ ଦ୍ୱାରା ଟିକସ ଓ ଜରିମାନା ବାବଦରେ ୬୫ହଜାର କୋଟି ଟଙ୍କା ସଂଗ୍ରହ ହୋଇଛି । ସେହିପରି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଜରିଆରେ ୩୬ହଜାର କୋଟି ଟଙ୍କାର ସବସିଡି ସଂଚୟ ହୋଇଛି ।
ମୋଟ୍ ଉପରେ ସରକାର ଏହି ଦୁଇ ଉପାୟରେ ୧ଲକ୍ଷ କୋଟି ଟଙ୍କା ପାଇଛନ୍ତି । କୋ÷ଣସି କଡା ପଦକ୍ଷେପ ବିନା ଏହି ସଫଳତା ମିିଳିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସେ ଦୁର୍ନୀତି ବିରୋଧରେ ନିରନ୍ତର ଲଢ଼େଇ ଜାରି ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/vlcsnap-2016-10-23-10h06m22s061.png)