୪୦ତମ ସ୍ୱନକ୍ଷତ୍ର ଅବ୍ୟବହିତ ପୂର୍ବରୁ ସମ୍ବାଦର ବାର୍ଷିକ ବିତର୍କ ଓ ସାରେଗାମା ପ୍ରତିଯୋଗିତା । ୯ଟି ଜୋନ୍ରେ ପ୍ରତିଯୋଗିତା ଆୟୋଜନ

62

କନକ ବ୍ୟୁରୋ : ଆଜି ସମ୍ବାଦ ପକ୍ଷରୁ ୯ଟି ଜୋନରେ ଆୟୋଜିତ ହୋଇଯାଇଛି ବିତର୍କ ଓ ସାରେଗାମା ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ  । ପୂର୍ବରୁ ପ୍ରଥମରୁ ପଂଚମ ଶ୍ରେଣୀ ପିଲାଙ୍କ ପାଇଁ ଚିତ୍ରାଙ୍କନ, ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ହସ୍ତାକ୍ଷର ଓ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଭାଷାଜ୍ଞାନ ପରୀକ୍ଷା ହୋଇଥିଲା । ଆସନ୍ତା ଅକ୍ଟୋବର ୪ ତାରିଖରେ ସମ୍ବାଦ ବାର୍ଷିକ ଉତ୍ସବ ରହିଛି । ତା ପୂର୍ବରୁ ଅକ୍ଟୋବର ୩ ତାରିଖରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ହେବ । ଏଥିରେ କୃତୀ ଛାତ୍ରଛାତ୍ରୀ ଭାଗ ନେବେ ଓ ସେମାନଙ୍କ ମଧ୍ୟରୁ ଯିଏ ଭଲ କରିବେ . ସେମାନଙ୍କୁ ଅକ୍ଟୋବର ୪ ତାରିଖରେ ପୁରସ୍କୃତ କରାଯିବ । ଆଜିର ପ୍ରତିଯୋଗିତାରେ ସାରେଗାମା ଲଘୁ ସଙ୍ଗୀତରେ ଜୁରୀ ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ଦାସ ଓ ପ୍ରଶାନ୍ତ ପାଢୀ ପିଲାଙ୍କ ଗୀତର ମୂଲ୍ୟାଙ୍କନ କରିଥିଲେ । ସମ୍ବାଦର ଏଭଳି ପଦକ୍ଷେପକୁ ଛାତ୍ରଛାତ୍ରୀ ପ୍ରଂଶସା କରିଛନ୍ତି ।