ଚଳିତବର୍ଷ ଅକ୍ଟୋବର ୩୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଦାର ବଲ୍ଲବଭାଇ ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରିବେ। ସାରା ଦେଶରେ ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ଏହି ବିଶାଳକାୟ ମୂର୍ତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି କ୍ରମରେ ଗୁଜୁରାଟ ବଡୋଦରାରେ ଜଣେ ଯୁବକ ଦିଆସିଲ କାଠିରେ ସର୍ଦ୍ଦାର ପଟେଲଙ୍କ ପ୍ରତିମା ନିର୍ମାଣ କରିଛନ୍ତି। ଯାହାର ଉଚ୍ଚତା ସାଢେ ଛଅ ଫୁଟ ରହିଛି। ଯାହା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ବଡୋଦରା ଆଜବା ରୋଡ ସ୍ଥିତ ଏକତା ନଗରରେ ରହୁଥିବା ହୁସେନ ପଠାନ ନାମକ ଜଣେ ଯୁବକ ୪୨୬୫ଟି ଦିଆସିଲ କାଠିରେ ଏହି ପ୍ରତିମା ନିର୍ମାଣ କରିଛନ୍ତି । ସାଇକେଲ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଏହି ଯୁବକ ସର୍ଦ୍ଦାରଙ୍କ ଜୟନ୍ତୀରେ ଅନନ୍ୟ ଉପହାର ଦେବା ଉଦ୍ଦେଶ୍ୟରେ ଏପରି ପ୍ରତିମା ନିର୍ମାଣ କରିଥିବା କଥା କହିଛି। ସେ ୨୦୧୮ ମସିହା ମେ ମାସରୁ ହିଁ ଏହି ପ୍ରୟାସ ଆରମ୍ଭ କରିଥିଲେ। ଏହା ପୂର୍ବରୁ ମଧ୍ୟ ହୁସେନ ଦିଆସିଲି କାଠିରେ ସାଢେ ୩ ଫୁଟର ଗଣେଶ ପ୍ରତିମା ନିର୍ମାଣ ମଧ୍ୟ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/306306-sardar-patel-match-stick-st.jpg)
/kanak/media/post_attachments/wp-content/uploads/2018/10/download-14-300x142.jpg)
/kanak/media/post_attachments/wp-content/uploads/2018/10/download-1-4-142x300.jpg)