ମାଲକାନଗିରିରେ ସାରଥୀଙ୍କ ସତସଙ୍ଗ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାମିଲ ହେଲେ ଭକ୍ତ।

ମାଲକାନଗିରିରେ ସାରଥୀଙ୍କ ସତସଙ୍ଗ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାମିଲ ହେଲେ ଭକ୍ତ।

କନକ ବ୍ୟୁରୋ: ଆଦିବାସୀ ଇଲାକାରେ ସାରଥୀ କ୍ରେଜ । ପୁଣି ସାମ୍ନାକୁ ଆସିଛି ଲୋକଙ୍କ ଅଧ୍ୟାତ୍ମିକ ଭାବନା ସହ ଖେଳ । ଆଦିବାସୀ ଲୋକଙ୍କୁ ନେଇ ସାରଥୀ ପ୍ରଚାର କରୁଛନ୍ତି ଦଲାଲ । ମାଲକାନଗିରି ଜିଲ୍ଲା ବରଜା ଗାଁରେ ଦେଖିବାକୁ ମିଳିଛି ବିରାଟ ବଡ ସାରଥୀ ସତସଙ୍ଗ । ଏଥିରେ ସାମିଲ ହୋଇଥିଲେ ହଜାର ହଜାର ଆଖପାଖ ଲୋକଙ୍କ ସହ ରାଜ୍ୟର କୋଣ ଅନୁକୋଣର ସାରଥୀ ଭକ୍ତ ।

ପ୍ରକୃତି କୋଳରେ ବଞ୍ଚୁଥିବା ଆଦିବାସୀ ଲୋକଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି । ତେବେ ସାରଥୀଙ୍କ ପ୍ରଚାର ସାଙ୍ଗକୁ ସାରଥୀ ଫୋଟ, ଲକେଟ ଓ ବିଭିନ୍ନ ସାମଗ୍ରୀ ଏଥିରେ ବିକ୍ରି କରାଯାଇଛି । ରବିବାର ରାତିସାରା ପ୍ରବଚନ ଦେଇ ଭଣ୍ଡ ସାରଥୀ ବାବାଙ୍କ ପ୍ରଚାର କରାଯାଇଛି । ଆଦିବାସୀ ଇଲାକାର ନୃତ୍ୟକୁ ବି ଏଥିରେ ସାମିଲ କରାଇ ଲୋକଙ୍କ ମନରେ ସାରଥୀଙ୍କୁ ଆଦୃତ କରିଛନ୍ତି ଦଲାଲ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe