ସକ୍ରିୟ ହେବ କି ସାରଥୀ ସାମ୍ରାଜ୍ୟ ? ଜାମିନ ଆଗରୁ ଜୋରଦାର ହେଲା ସାରଥୀ ସଂକୀର୍ତ୍ତନ, ଅପେକ୍ଷା କରିଛନ୍ତି ସମର୍ଥକ

Advertisment
ସକ୍ରିୟ ହେବ କି ସାରଥୀ ସାମ୍ରାଜ୍ୟ ? ଜାମିନ ଆଗରୁ ଜୋରଦାର ହେଲା ସାରଥୀ ସଂକୀର୍ତ୍ତନ, ଅପେକ୍ଷା କରିଛନ୍ତି ସମର୍ଥକ

କନକ ବ୍ୟୁରୋ: ସାରଥୀ ଅପେକ୍ଷାରେ ସମର୍ଥକ । ବାରିମୂଳ ଆଶ୍ରମ ବନ୍ଦ ହେବା ପରେ ସାରଥୀ ଜେଲ ଯିବା ପରେ ଆଉ ନିଜକୁ ଭଗବାନ କହୁଥିବା ଭଣ୍ଡ ସାରଥୀର କଳା କାରନାମା ପର୍ଦ୍ଦାଫାସ ହେବା ପରେ ବି ଚେତିନାହାନ୍ତି ସମର୍ଥକ । ଦୀର୍ଘ ୪ ବର୍ଷ ହେବ ସାରଥୀ ସାମ୍ରାଜ୍ୟରେ ତାଲା ଝୁଲୁଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଗଢି ଉଠିଥିବା ସାରଥୀ ସଂଘ ମଧ୍ୟ ବନ୍ଦ ହୋଇ ପଡିଛି । ୮ ଅଗଷ୍ଟ ୨୦୧୫ରେ ସାରଥୀ ଗିରଫ ଭଣ୍ଡ ସାରଥୀ ଗିରଫ ହୋଇଥିଲା । ଗିରଫ ପୂର୍ବରୁ ଛାତି ବାଡେଇ ନିଜକୁ ସାରଥୀଙ୍କ ଭକ୍ତ କହୁଥିବା କେତେକ ଲୋକ ସାରଥୀ ଗିରଫ ପରେ ତାଙ୍କ ଭକ୍ତ କହିବାକୁ କୁଣ୍ଠାବଦ୍ଧ କଲେ । ହେଲେ ଗାଁ ଗହଳିରେ କିଛି ଲୋକେ ସାରଥୀକୁ ଭଗବାନ ପଦରୁ ହଟାଇବାକୁ ନାରାଜ ଥିଲେ । ଆଉ ସେହିମାନେ ହିଁ ଲୁଚେଇ ଲୁଚେଇ ସାରଥୀ ଫଟୋ ପୂଜା କରୁଥିଲେ, ନିଜ ବେକରେ ସାରଥୀର ଲକେଟ ପିନ୍ଧୁଥିଲେ ।

publive-image

ହେଲେ ଏବେ ଖୁଲମ ଖୁଲା ସାରଥୀ ପାଇଁ ସଂକୀର୍ତ୍ତନ କରୁଛନ୍ତି ସମର୍ଥକ । ଝାଞ୍ଜ, ମୃଦଙ୍ଗ ବଜାଇ, ସାରଥୀର ଫଟୋ ରଖି ପୂଜାର୍ଚ୍ଚନା କରୁଛନ୍ତି କିିଛି ସମର୍ଥକ । ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲାରୁ । ଗତକାଲି ବାଲେଶ୍ୱର ସୋର ନିକଟ ଜାମୁଝାଡିରେ ସାରଥୀ ଭକ୍ତମାନେ ଏକାଠି ହୋଇ ସଂକୀର୍ତ୍ତନ କରିଛନ୍ତି । ୮ରୁ ୧୦ଟି ଗାଡିରେ କେନ୍ଦ୍ରାପଡା, ବାଲେଶ୍ୱର, ଜଗତସିଂହପୁର ଜିଲ୍ଲାରୁ ବହୁ ଭକ୍ତ ଆସି ଏଠାରେ ଏକାଠି ହୋଇଥିଲେ ।

ସମସ୍ତ ସମର୍ଥକ ଏକାଠି ହେଲା ପରେ ଜାମୁଝାଡି ତାରିଣୀ ମନ୍ଦିର ଯାଏଁ ଏକ ବିଶାଳ ଶୋଭାଯାତ୍ରା କରିଥିଲେ । ସାରଥୀ ଫଟୋ ଧରି ଶୋଭାଯାତ୍ରାରେ ବାହାରିଥିଲେ ସମର୍ଥକ । ତେବେ ତାରିଣୀ ମନ୍ଦିର ପାଖରେ ପହଞ୍ଚିବା ପରେ ସେଠାରେ ଭକ୍ତମାନେ ସାରଥୀକୁ ଭଗବାନ ପରି ପୂଜାର୍ଚ୍ଚନା କରିବା ଆରମ୍ଭ କରିଦେଇଥିଲେ ।

ତେବେ ସାରଥୀ ବିରୋଧରେ ୩ଟି କେସ ଥିବା ବେଳେ ୨ଟି କେସରେ ବେଲ ମିଳିଛି । ଆଉ ଗୋଟିଏ କେସ ଥିବାରୁ ଖୁବ ଶୀଘ୍ର ସାରଥୀ ଜେଲରୁ ମୁକୁଳିବେ ବୋଲି ଭକ୍ତ ମାନେ ଭାବି ଏହି ପୂଜାର୍ଚ୍ଚନା ଆରମ୍ଭ କରିଦେଇଛନ୍ତି । ସମର୍ଥକମାନେ ପୂଜାର୍ଚ୍ଚନା କରୁଥିବା ବେଳେ ବାଧା ଦେଇଥିଲେ ସ୍ଥାନୀୟ ଲୋକେ । ସଂକୀର୍ତ୍ତନକୁ ବିରୋଧ କରିବା ପରେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଆଉ ପୋଲିସ ଆସିବା ପରେ ଘଟଣାସ୍ଥଳରୁ ସାରଥୀ ଭକ୍ତମାନେ ଫେରିଯାଇଥିଲେ ।
ଜେଲରୁ ମୁକୁଳିବାକୁ ଥିବା ସାରଥୀ ପାଇଁ ସମର୍ଥକମାନେ ଏବେ ଠାରୁ ଆରମ୍ଭ କରି ଦେଇଥିବା ପୂଜାର୍ଚ୍ଚନା ସାରଥୀ ସାମ୍ରାଜ୍ୟ ଭୁଶୁଡି ନଥିବା କଥାକୁ ତାଜା କରିଛି । ଯଦି ଜେଲରୁ ସାରଥୀ ବାହାରନ୍ତି ତେବେ ପୁଣି କଣ ଆରମ୍ଭ ହେବ ସାରଥୀ ସାମ୍ରାଜ୍ୟ ? ନିଜ ସମର୍ଥକଙ୍କ ଆଗରେ ନିଜକୁ ପୁଣି ଭଗବାନ ବୋଲି କହିବକି ଭଣ୍ଡ ସାରଥୀ? ସୁର ବାବା ଭଳି ଜେଲରୁ ମୁକୁଳିଲା ପରେ ଗୁପ୍ତରେ ନିଜ ସମର୍ଥକଙ୍କ ସହ ସାମ୍ରାଜ୍ୟ ସକ୍ରିୟ କରିବ କି ସାରଥୀ? ଜାମୁଝାଡିରେ ସାରଥୀ ସମର୍ଥକଙ୍କ ଅପେକ୍ଷା ପରେ ଏମିତି କିଛି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe