କନକ ବ୍ୟୁରୋ : ଜେଲରୁ ଜାମିନରୁ ଆସିବା ପରେ ସାରଥୀ ଗଲେ କୁଆଡେ? ସର୍ତମୂଳକ ଜାମିନରେ ସାରଥୀଙ୍କୁ ବାରିମୂଳ ଯିବାକୁ କୋର୍ଟ ମନା କରିଥିବା ବେଳେ ସାରଥୀ କେଉଁ ଆଡକୁ ଗଲେ ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ଏପରିକି ସାରଥୀଙ୍କ ନୂଆ ଠିକଣାକୁ ନେଇ ଭକ୍ତ ମଧ୍ୟ ସନ୍ଦେହରେ ରହିଥିଲେ । ଆଉ ଏସବୁ ଭିତରେ ସାରଥୀଙ୍କ ନୂଆ ଠିକଣା ଉପରୁ ପରଦା ହଟାଇଛନ୍ତି ତାଙ୍କର ଓକିଲ ମାନସ ଚାନ୍ଦ ।
ଜେଲରୁ ମୁକୁଳିବା ପରେ ସନ୍ତୋଷ ରାଉଳ ଓରଫ ସାରଥୀ ରାଜ୍ୟ ବାହାରକୁ ଚାଲି ଯାଇଥିବା ସୂଚନା ଦେଇଛନ୍ତି ତାଙ୍କ ଓକିଲ ମାନସ ଚାନ୍ଦ । ମିଳିଥିବା ସୂଚନା ମୁତାବକ, ସାରଥୀ ଏବେ କୋଲକାତାର ଏକ ଅଜ୍ଞାତ ସ୍ଥାନରେ ରହିଛନ୍ତି । ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ସାରଥୀ କୋଲକାତା ଚାଲିଯାଇଥିବା ଚର୍ଚ୍ଚା ହେଉଛି ।
ଏହାଛଡା ରାଜ୍ୟ ବାହାରକୁ ଯିବା ନେଇ କୋର୍ଟଙ୍କର କୌଣସି ବାରଣ ନଥିବା କହିଛନ୍ତି ସାରଥୀଙ୍କ ଓକିଲ । ତେବେ ରାଜ୍ୟ ବାହାର୍ରୁ ଯିବା ପୂର୍ବରୁ ଆଇଓଙ୍କୁ ଜଣାଇ ବାହାରକୁ ଯାଇପାରିବେ । ଯେଉଁ ସ୍ଥାନକୁ ଯାଉଛନ୍ତି ସେଠିକାର ଠିକଣା ଓ ଟେଲିଫୋନ ନମ୍ବର ଦେଇ ସାରଥୀ ରାଜ୍ୟ ବାହାରକୁ ଯାଇପାରିବେ ବୋଲି ମାନସ କହିଛନ୍ତି । ଯାହାଦ୍ୱାରା ତାଙ୍କ ସହ ଯୋଗାଯୋଗ କରାଯାଇପାରିବ ଓ ସେ କୌଣସିମତେ ଦେଶ କିମ୍ବା ରାଜ୍ୟ ବାହାରକୁ ଯାଇପାରିବେ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/SARATHI_00000.jpg)