କନକ ବ୍ୟୁରୋ : ଚର୍ଚ୍ଚାରେ ଆତ୍ମଘୋଷିତ ବାବା ସାରଥିଙ୍କ ପାଳିତ ପୁଅ ସତ୍ୟମଙ୍କ ବାହାଘର । ନବ ବିବାହିତା ପତ୍ନୀଙ୍କୁ ୯୦ ଲକ୍ଷ ଟଙ୍କାର ହୀରା ହାର ଦେଇଥିବା ନେଇ ସୋସିଆଲ ମିଡିଆରେ ଘୁରି ବୁଲୁଛି । ବିଭିନ୍ନ ହ୍ୱାଟ୍ସଆପ୍ ଓ ଫେସବୁକରେ ସେ ତାଙ୍କ ପତ୍ନୀଙ୍କୁ ହୀରା ହାର ଦେଇଥିବା ଏକାଧିକ ପୋଷ୍ଟ କରାଯାଇଛି । ସାରଥି ଗିରଫ ହେବା ପରେ ତାଙ୍କର ବେନାମୀ ସମ୍ପତି ଠୁଳର ମାଧ୍ୟମ ଖୋଜିଥିଲା କ୍ରାଇମବ୍ରାଞ୍ଚ । ପାଳିତ ପୁଅ ସତ୍ୟମଙ୍କ ନାଁରେ ସତ୍ୟମ୍ ଚାଲିଟେବୁଲ ଟ୍ରଷ୍ଟ ଖୋଲାଯାଇ ଲକ୍ଷ ଲକ୍ଷ ଟଙ୍କାର ବେନାମୀ ଦାନ ସଂଗ୍ରହ କରାଯାଉଥିଲା ।

Advertisment

ଏନେଇ ସେତେବେଳେ ଜାଣିବାକୁ ପାଇଥିଲା କ୍ରାଇମବ୍ରାଞ୍ଚ । ସତ୍ୟମଙ୍କ ନାଁରେ ଖୋଲାଯାଇଥିବା ଏକାଧିକ ଲକର ଯାଞ୍ଚ ବେଳେ କୌଣସି ଗହଣା ନଥିବା ଜଣାପଡ଼ିଥିଲା । କ୍ରାଇମବ୍ରାଞ୍ଚ ଚଢାଉ ପୂର୍ବରୁ ଉଠାଇ ନିଆଯାଇଥିବା ସନ୍ଦେହ କରାଯାଉଥିଲା । ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ଗାଏବ ହୋଇଯିବା କ୍ରାଇମବ୍ରାଞ୍ଚ ପାଇଁ ଚ୍ୟାଲେଂଜ ସୃଷ୍ଟି କରିଥିଲେ ମଧ୍ୟ ତାହା କୁଆଡେ ଗଲା ଏବେବି ରହସ୍ୟ ହୋଇ ରହିଛି । ଏସବୁ ଭିତରେ ବାହାଘରରେ ସତ୍ୟମ୍ ପତ୍ନୀକୁ ୯୦ ଲକ୍ଷ ଟଙ୍କାର ହୀରା ହାର ଦେବା ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି ।