କନକ ବ୍ୟୁରୋ: ଜାମିନ ମିଳିବା ପରେ ପୁଣି ବାହାରିଲା ସାରଥୀଙ୍କ ପୁରୁଣା ରୋଗ । ଜେଲରେ ଥାଇ ବି ଆରମ୍ଭ କଲେ ପ୍ରବଚନ । କଏଦୀଙ୍କୁ ଚୌଦ୍ୱାର ଜେଲ ଭିତରେ ପ୍ରବଚନ ଶୁଣାଇଲେ ସାରଥୀ । ତେବେ ଜେଲ ଭିତରେ କଏଦୀଙ୍କୁ ସାରଥୀ ପ୍ରବଚନ ଦେଉଥିବା ଏକ ଭିଡିଓ କନକ ନ୍ୟୁଜ ହାତରେ ଲାଗିଛି । ତେବେ ଭିଡିଓରେ ସାରଥୀ କେତେ ଜଣ କଏଦୀଙ୍କୁ ପ୍ରବଚନ ଦେଉଥିବା ଦେଖିବାକୁ ମିଳିଛି ।
୩ଟି ମାମଲାରେ ବେଲ ପାଇବା ପରେ ଆଜି ଚୌଦ୍ୱାର ଜେଲରୁ ମୁକୁଳିବେ ସାରଥୀ । ଆଉ ଜେଲରୁ ବାହାରିବା ପୂର୍ବରୁ ସାରଥୀଙ୍କ ଏହି ଭିଡଓ ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଚୌଦ୍ୱାର ଜେଲରେ ଏକ ଚେୟାର ଉପରେ ବସି କଏଦୀଙ୍କୁ ପ୍ରବଚନ ଦେଉଛନ୍ତି ସାରଥୀ । ତେବେ ଏହା କେଉଁ ସମୟର ଦୃଶ୍ୟ ତାହା ସ୍ପଷ୍ଟ ହୋଇନାହିଁ ।
ତୃତୀୟ ମାମଲାରେ ତାଙ୍କୁ କୋର୍ଟ ଜାମିନ ମିଲିଥିଲେ ହେଁ ଏ ଯାଏଢଢ଼ ବାହାରି ନାହାନ୍ତି ସାରଥୀ । ଜେଲରୁ ମୁକୁଳିବା ପାଇଁ କୋର୍ଟଙ୍କ ଅନୁମତି ପତ୍ରକୁ ଅପେକ୍ଷା କରାଯାଇଛି । ଏହି ପ୍ରକ୍ରିୟା ଶେଷ ହେବା ପରେ ଆଜି ଅପରାହ୍ନରେ ସେ ଜେଲରୁ ବାହାରିପାରନ୍ତି । ତେବେ ଜେଲରୁ ବାହାରିବା ପରେ ଅନେକ ସର୍ତ ରଖିଛନ୍ତି କୋର୍ଟ । ବାହାରିବା ପରେ ସେ ପ୍ରବଚନ ଦେଇପାରିବେନି କି ବାରିମୂଳ ଯାଇପାରିବେନି । କୌଣସି ସ୍ଥାନରେ ଧର୍ମୀୟ ସଭା ନକରିବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛି । ତେବେ ବାହାରିବା ପରେ ଏ ସବୁରେ ରୋକ ଲାଗିଥିବାରୁ ସେ ଭିତରେ ରହି ଶେଷ ପ୍ରବଚନ ଦେଉଥିବା ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/SAARATHI.jpg)
/kanak/media/post_attachments/wp-content/uploads/2019/07/vlcsnap-2019-07-24-19h46m03s655-300x220.png)
/kanak/media/post_attachments/wp-content/uploads/2019/07/SARATHI-2-300x169.jpg)