କନକ ବ୍ୟୁରୋ : ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ପିସିସି ସଭାପତିଙ୍କ ପ୍ରେସମିଟ । ରାଜ୍ୟ ସ୍ୱାର୍ଥରେ ନୁହେଁ, ନିଜ ସ୍ୱାର୍ଥ ପାଇଁ ବିଜେପି ସହ ବିଜେଡି ମେଣ୍ଟ କରୁଥିବା କହିଲେ ଶରତ ପଟ୍ଟନାୟକ । ଇଡି ଓ ସିବିଆଇ ଭୟରେ ଏହି ମେଣ୍ଟ ହେଉଥିବା ଲୋକେ ଜାଣିଲେଣି । ମେଣ୍ଟ ହେଲେ ବି ନିର୍ବାଚନରେ କୌଣସି ଫରକ ପଡ଼ିବନି ।
୨୫ବର୍ଷ ଶାସନକାଳ ମଧ୍ୟରେ ବିଜେଡି ଦୁର୍ନୀତିରେ ବୁଡି ରହିଛି । ଲୋକଙ୍କ ହିତ ପାଇଁ କୌଣସି କାର୍ଯ୍ୟ କରାଯାଇନି । ଚିଟ୍ ଫଣ୍ଡ ଦୁର୍ନୀତିଠୁ ଆରମ୍ଭ କରି ଖଣି ପାଣି ସବୁଥିରେ ଦୁର୍ନୀତି କରିଆସିଛି ବିଜେଡି । ତେଣୁ ଇଡି ଓ ସିବିଆଇ ଭୟ ବିଜେଡିକୁ ଘାରିଛି । ସେଥିପାଇଁ ବିଜେଡି ବିଜେପି ପାଖରେ ନିଜକୁ ସମର୍ପିତ କରିଛି । ଜଣେ ଦୋଷି ଯେପରି ଆତ୍ମସମର୍ପଣ କରେ ଠିକ୍ ସେହିଭଳି ଆଜି ମୋଦୀଙ୍କ ପାଖରେ ଆତ୍ମସମର୍ପଣ କରିଛି ବିଜେଡି । ନିଜ ସ୍ୱାର୍ଥ ପାଇଁ ଏଠି ରାଜନୀତି ଚାଲିଛି ।
ଆଗାମୀ ଦିନରେ ଲୋକଙ୍କ ଆଶୀର୍ବାଦରୁ କଂଗ୍ରେସର ୯ରୁ ୯୦ ମିଶନ ସଫଳ ହେବ । ଏବଂ ଓଡିଶାରେ କଂଗ୍ରେସ ସରକାର ଗଢିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପିସିସି ସଭାପତି । ସେପଟେ ବହୁ ବିଜେପି ଓ ବିଜେଡି ନେତା କଂଗ୍ରେସ ଟଚରେ ଥିବା ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2024/03/vlcsnap-2024-03-07-15h15m30s329.png)