ନିଯୁକ୍ତ ହେଲେ ନୂଆ ପିସିସି ସଭାପତି: ରାଜ୍ୟ କଂଗ୍ରେସର ମଙ୍ଗ ଧରିଲେ ଶରତ ପଟ୍ଟନାୟକ

270

କନକ ବ୍ୟୁରୋ: ଶରତ ପଟ୍ଟନାୟକ ହେଲେ ରାଜ୍ୟ କଂଗ୍ରେସର ସଭାପତି । ଅଲଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ପୂର୍ବତନ ପିସିସି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ହାଇକମାଣ୍ଡ । ବଲାଙ୍ଗୀରର ପୂର୍ବତନ ଲୋକସଭା ସାଂସଦ ଶରତ ପଟ୍ଟନାୟକ ୨୦୦୧ରୁ ୨୦୦୪ ଯାଏଁ ଓଡିଶା ପ୍ରଦେଶ କଂଗ୍ରେସର ସଭାପତି ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଏବେ ପୁଣି ଦ୍ୱିତୀୟ ଥର ପାଇଁ ତାଙ୍କ ଉପରେ ଭରସା କରିଛନ୍ତି ହାଇକମାଣ୍ଡ । ଦୀର୍ଘ ୧୮ ବର୍ଷ ପରେ ଏବେ ସେ ପୁଣି ରାଜ୍ୟ କଂଗ୍ରେସର କମାଣ ଧରିବେ ।