କନକ ବ୍ୟୁରୋ : ଗଣମାଧ୍ୟମର କଣ୍ଠରୋଧ ନେଇ କଂଗ୍ରେସର ପ୍ରେସମିଟ୍ । ରାଜ୍ୟ ସରକାରଙ୍କୁ ପିସିସି ସଭାପତିଙ୍କ ସମାଲୋଚନା । ଗଣମାଧ୍ୟମର କଣ୍ଠରୋଧ କରିବା ଠିକ୍ ନୁହେଁ । ବିଜେଡି ସରକାରର କାର୍ଯ୍ୟକୁ ଦୃଢ ନିନ୍ଦା କରୁଛୁ ବୋଲି ସେ କହିଛନ୍ତି । ଗଣମାଧ୍ୟମର ସ୍ୱରକୁ କେହି ଚାପି ପାରିବେନି । ‘ସମ୍ବାଦ’ରେ ରେଡ୍ କେତେ ଯଥାର୍ଥ ଲୋକେ ତାହାର ଜବାବ ଦେବେ । ସତ ଖବର ପାଇଁ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ହେଉଛି ।
ସତ ଲେଖିବାରୁ ତାଙ୍କ ଉପରେ ଦାଉ ସାଧୁଛନ୍ତି ସରକାର । ସରକାରଙ୍କ ଗୁଣାଗାନ ନକରିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ପ୍ରଦେଶ କଂଗ୍ରେସ ଏହାକୁ ଦୃଢ ବିରୋଧ ସହ ନିନ୍ଦା କରୁଛି । ଓଡ଼ିଶାରେ ସାମ୍ବାଦିକ ଓ ଗଣମାଧ୍ୟମକୁ ଦମନ କରିବାକୁ ବିଜେଡିର ଚାଲକୁ ବରଦାସ୍ତ କରାଯିବନି । ସାମ୍ବାଦିକଙ୍କ ସ୍ୱରକୁ ଦବାଇବାକୁ ଯେତେବେଳେ ଚେଷ୍ଟା କରାଯାଏ, ସେତେବେଳେ ସରକାରଙ୍କୁ ଅତ୍ୟାଚାରି କୁହାଯାଏ । ଏଥିସହ ଲୋକସେବା ଭବନକୁ ସାମ୍ବାଦିକଙ୍କୁ ପ୍ରବେଶ ଉପରେ କଟକଣା ଲଗାଯିବାକୁ ସମାଲୋଚନା କରିଛନ୍ତି ଶରତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/09/vlcsnap-2023-09-20-12h53m53s499.png)