କନକ ବ୍ୟୁରୋ : ବିନା ଛାତ୍ରଛାତ୍ରୀରେ ସରସ୍ୱତୀ ପୂଜା । ସ୍କୁଲରେ ଶ୍ରୀପଂଚମୀ ପୂଜା ପାଳନ ହେଉଥିବା ବେଳେ ଚଳିତ ବର୍ଷ ଅନୁପସ୍ଥିତ ଅଛନ୍ତି ଛାତ୍ରଛାତ୍ରୀ । କରୋନା କଟକଣାକୁ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସରସ୍ୱତୀ ପୂଜା ଦିନ ସ୍କୁଲ ବନ୍ଦ ରହିବା ନେଇ ନିର୍ଦ୍ଦେଶ ଦିଆଯାଇଥିଲା ।

Advertisment

publive-image

ନିର୍ଦ୍ଦେଶମାନି ଛାତ୍ରଛାତ୍ରୀମାନେ ସ୍କୁଲ ଯାଇନାହାନ୍ତି । ଭୁବନେଶ୍ୱର ୟୁନିଟ-୮ ସରସ୍ୱତୀ ଶିଶୁ ବିଦ୍ୟାଳୟରେ ବିନା ଛାତ୍ରରେ ପାଳନ ହେଉଛି ସରସ୍ୱତୀ ପୂଜା । ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ଏବଂ ଗୁରୁମାମାନେ କୋଭିଡ଼ ନିୟମମାନି ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି ।