୧୯ କୁରୁକ୍ଷେତ୍ରର ଅନ୍ତିମ ଲଢ଼େଇ! ସାରସକଣା ସିଂହାସନରେ ବସିବ କିଏ ? ଭୋଟ୍ ଦେଇ ନେତା ବାଛୁଛନ୍ତି ମତଦାତା ।

62

କନକ ବ୍ୟୁରୋ: କାହାର ହେବ ସାରସକଣା ଆସନ? ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଦେଉଛନ୍ତି ଭୋଟର । ନିଜ ଅଞ୍ଚଳ ପାଇଁ ନେତା ବାଛୁଛନ୍ତି ମତଦାତା । ଆଉ ୬ଟି ସଂସଦୀୟ କ୍ଷେତ୍ର ସହ ୪୧ଟି ବିଧାନସଭା ଆସନ ଦଖଲ ପାଇଁ ଚାଲିଛି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । ତେବେ ମୟୁରଭଞ୍ଜ ସଂସଦୀୟ କ୍ଷେତ୍ର ଅଧିନରେ ଥିବା ସାରସକଣା ବିଧାନସଭା ଆସନରେ କାହାକୁ ସିପାହୀ ଭାବେ ବସାଇବେ ଭୋଟର, ମତ ସାବ୍ୟସ୍ତ କରି ନେତା ବାଛୁଛନ୍ତି ସାରସକଣାବାସୀ । ତେବେ କ’ଣ ରହିଛି ସାରସକଣା ବିଧାନସଭା ନିର୍ବାଚନ ମଣ୍ଡଳୀର ରାଜନୀତି ଇତିହାସ ପଢ଼ନ୍ତୁ ।

୨୦୧୯ର ଲଢେଇ
ବିଜେଡ଼ି – ଅମର ସିଂ ଟୁଡ଼ୁ
ଜେଏମଏମ୍ – ମହେଶ ହେମ୍ବ୍ରମ
ବିଜେପି – ବୁଧାନ ମୁର୍ମୁ

୨୦୧୯-ବିଜେଡି: ଅମର ସିଂ ଟୁଡ଼ୁ
– ପୂର୍ବତନ ସରପଂଚ ( ୨ଥର )
– ପୂର୍ବତନ ସମିତି ସଭ୍ୟ
– ପ୍ରଥମଥର ବିଧାନସଭା ପ୍ରାର୍ଥୀ

୨୦୧୯-ଜେଏମଏମ୍: ମହେଶ ହେମ୍ରମ
– କଂଗ୍ରେସ-ଜେଏମଏମ୍ ମେଂଟ ପ୍ରାର୍ଥୀ
– ପୂର୍ବତନ ଜେଏମଏମ୍ ରାଜ୍ୟ ସଭାପତି
– ୨୦୧୪ରେ ଯଶୀପୁରରୁ ଲଢି ପରାଜିତ

୨୦୧୯-ବିଜେପି: ବୁଧାନ ମୁର୍ମୁ
– ବିଜେପିର ନୂଆ ମୁହଁ
– ଡ଼ାକ୍ତରରୁ ରାଜନୀତି
– ବାରିପଦା ଓ ସାରସକଣାରେ ଲୋକପ୍ରିୟତା ରହିଛି
– ପ୍ରଥମଥର ନିର୍ବାଚନ ଲଢୁଛନ୍ତି

ନିର୍ବାଚନ ମଣ୍ଡଳୀ ତଥ୍ୟ
– ଅନୁସୂଚିତ ଜନଜାତି ( ଏସ୍ଟି ) ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ
– ସାରସକଣା ବ୍ଳକ୍, ବିଜାତଳା ବ୍ଳକ, ବିସୋଇ ବ୍ଳକ୍ ଏବଂ କୁସୁମି ବ୍ଳକର ୩ଟି ପଂଚାୟତକୁ ନେଇ ଗଠିତ
– ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
– ୨୦୦୯ରେ ନିର୍ବାଚନମଣ୍ଡଳୀ ଗଠିତ
– ୨୦୦୯ରେ ରାମଚନ୍ଦ୍ର ହାଁସଦା ବିଧାୟକ
– ୨୦୧୪ରେ ଭାଦବ ହାଁସଦା ବିଧାୟକ

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୧୩ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୮୨ ହଜାର ୯୩୨
– ମତ ଦେଇଥିଲେ – ୧ ଲକ୍ଷ ୪୫ ହଜାର ୭୫୧
– ଭୋଟଦାନ ହାର – ୭୯.୬୭%

୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଭାଧବ ହାଁସଦା ବିଜେଡି ୪୬,୮୬୭ ୩୨.୧୬% ବିଜୟୀ
ବେରେଲ ସିର୍କା କଂଗ୍ରେସ ୨୦,୦୪୦ ୧୩.୭୫% ପରାସ୍ତ
ନରେନ୍ଦ୍ର ନାଥ ସିଂହ ବିଜେପି ୨୩,୪୪୭ ୧୬.୦୯% ପରାସ୍ତ
ରାମଚନ୍ଦ୍ର ମୁର୍ମୁ ଜେଏମ୍ଏମ୍ ୪୩,୦୨୮ ୨୯.୫୨ ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ଭାଧବ ହାଁସଦା ନିର୍ବାଚନ ଜିତିଥିଲେ
– ୪୬ ହଜାର ୮୬୭ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
ଜେଏମଏମ୍ ପ୍ରାର୍ଥୀ ରାମଚନ୍ଦ୍ର ମୁର୍ମୁଙ୍କୁ ପରାସ୍ତ କରିଥିଲେ
– ୩ ହଜାର ୮୩୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୯ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.